ରାୟଗଡ଼ା, 28/08/2026, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :

ତା : ୨୮ /୦୮/୨୬ ଭାରତୀୟ ମଜଦୁର ସଂଘର ପର୍ଯ୍ୟାବରଣ ମଞ୍ଚ ପକ୍ଷରୁ ପ୍ରତ୍ୟେକ ବର୍ଷ ଅଗଷ୍ଟ ମାସ ୨୮ ତାରିଖ ଦିନ ଅମୃତା ଦେବୀ ବଳୀଦାନ ଦିବସକୁ ରାଷ୍ଟ୍ରୀୟ ପର୍ଯ୍ୟାବରଣ ଦିବସ ରୂପେ ସାରାଦେଶରେ ପାଳନ କରିଆସୁଛି। ଏହି ଅବସରରେ ରାୟଗଡ଼ା ଜିଲ୍ଲାର ସମସ୍ତ ବ୍ଳକରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ରାୟଗଡ଼ା ବ୍ଳକ ଅନ୍ତର୍ଗତ ଜେମାଦେଇପେଣ୍ଠ ସ୍ଥିତ ମାଁ ମଝିଘରିଆଣୀ ମନ୍ଦିର ଚାରିପାଖରେ ଏବଂ ଜେମାଦେଇପେଣ୍ଠ , ବୈରାଗୀ ହାଲୁଆ , ଶେଷଖାଲ ପଞ୍ଚାୟତରେ ରାସ୍ତାରେ ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୁର ସଂଘର ପର୍ଯ୍ୟାବରଣ ମଞ୍ଚ ପକ୍ଷରୁ ପ୍ରାୟ ୨୯୦ ରୁ ଉର୍ଦ୍ଧ ଔଷଧୀୟ ଏବଂ ଫଳ ଗଛର ଚାରା ରୋପଣ କରାଯାଇଥିଲା ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ସକ୍ଷମ ଓଡ଼ିଶା ପଶ୍ଚିମ ପ୍ରାନ୍ତର ସଂରକ୍ଷକ ତଥା ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ଡକ୍ଟର ବାଦଲ କୁମାର ତା , ଶେଷଖାଲ ଥାନା ଅଧିକାରୀ ଖିରୋଦ ଚନ୍ଦ୍ର ବାଗ , ବନପାଳ ଗୌରୀ ଶଙ୍କର ସାହୁ , ଶେଷଖାଲ ସରପଞ୍ଚ ବସନ୍ତ ବିଡିକା ଏବଂ ମୂଖ୍ୟ ବକ୍ତା ଭାବେ ଶ୍ରମିକ ନେତା ତଥା ଭାରତୀୟ ମଂଜୁର ସଂଘ ର ରାଜ୍ଯ ଉପସଭାପତି ଶ୍ରୀ ଯୋଗେଶ୍ଵର ଦାସ ଯୋଗ ଦେଇ ବୃକ୍ଷ ଚାରା ରୋପଣ କରିଥିଲେ। ସଂଘର ଏପରି ଚିନ୍ତା ଧାରାକୁ ସାରା ଜିଲ୍ଲାରେ ପ୍ରଶଂସା କରିବା ସହ ଦେଶ ଗଠନରେ ଆଗରେ ରହି ଶ୍ରମିକ ମାନଙ୍କ ସମସ୍ତ ସମସ୍ୟାକୁ ସମାଧାନ କରିବା ସହ ସମାଜ କାମକୁ ଆଗରେ ରହି ଯେଉଁ ସବୁ କାର୍ଯ୍ୟକ୍ରମ କରି ଆସୁଛନ୍ତି ତାହା ଏକ ଚିର ସ୍ମରଣୀୟ ବୋଲି ଉପସ୍ଥିତ ଅତିଥିମାନେ ପ୍ରକାଶ କରିଥିଲେ। ମୂଖ୍ୟ ବକ୍ତା ଶ୍ରୀ ଯୋଗେଶ୍ଵର ଦାସ କହିଥିଲେ ଅମୃତା ଦେବୀ ବଳୀଦାନ ଦିବସକୁ ଏକ ସାର୍ବଜନିନ ପର୍ବ ଭାବେ ପର୍ଯ୍ୟାବରଣ ଦିବସ ଭାବେ ପାଳନ କରିବା ଓ ପରିବେଶ ସଂକ୍ରାନ୍ତରେ ଜନ ସଚେତନା ସୃଷ୍ଟି କରିବା ଭାରତୀୟ ମଜଦୁର ସଂଘ ର ଏକ ମାତ୍ର ଲକ୍ଷ ଓ ଉଦ୍ଦେଶ୍ୟ ଏବଂ ସ୍ଵଚ୍ଛ, ନିର୍ମଳ ଓ ପ୍ରଦ୍ୟୁଷଣ ମୁକ୍ତ ବାତାବରଣ , ପୃଥିବୀରେ ବାସ କରୁଥିବା ସମସ୍ତ ଜନ ସମାଜ ପାଇଁ ମୌଳିକ ଅଧିକାର ଓ ଆବଶ୍ୟକତା ରହିଥିବା ବେଳେ ମନୁଷ୍ୟ ତାର ଅନାବଶ୍ୟକ ତାକୁ ପୂରଣ କରିବା ପାଇଁ ପରିବେଷକୁ ଶୋଷଣ କରୁଛି , ଆଧୁନିକ ସଭ୍ୟତାର ଆବଶ୍ୟକତା ପାଇଁ ଶିଳ୍ପାୟନ ବୃଦ୍ଧି ଓ ଲୋକଙ୍କର ଆବଶ୍ୟକ ସାମଗ୍ରୀ ନିର୍ମାଣ ପାଇଁ କଳ କାରଖାନା ରୁ ନିର୍ଗତ ଧୁଆଁ, ଯାତାୟାତ ବ୍ୟବହୃତ ଯାନବାହାନ ର ପ୍ରଦ୍ୟୁଷଣ , ଶୀତତାପ ନିୟନ୍ତ୍ରିତ ଯନ୍ତ୍ରପାତି ଇତ୍ୟାଦିରୁ ନିର୍ଗତ ବିଷାକ୍ତ କ୍ଳୋରଫ୍ଲୋର କାର୍ବନ ପାଇଁ ପ୍ରତ୍ୟେକ ବର୍ଷ ତାପମାତ୍ରା ବୃଦ୍ଧି ପାଇଛି। ପରିବେଶ ବିନା ମଣିଷ ସମାଜର କଲ୍ୟାଣ ଅସମ୍ବବ ପରିବେଶ ନ ରହିଲେ ଜିବସତା ରହିବ ନାହିଁ। ଭାରତୀୟ ମଜଦୁର ସଂଘ ଶ୍ରମିକ ସମାଜର କଲ୍ୟାଣ ପାଇଁ ଯେତିକି ଚିନ୍ତିତ ସେତିକି ସମାଜ ଓ ପରିବେଶ ପାଇଁ ମଧ୍ୟ ଚିନ୍ତିତ , ପରିବେଶ ସଂରକ୍ଷଣ ପାଇଁ ସମସ୍ତଙ୍କର ସହଯୋଗର ଆବଶ୍ୟକତା ରହିଛି ବୋଲି ଶ୍ରୀ ଯୋଗେଶ୍ୱର ଦାସ ପ୍ରକାଶ କରିଥିଲେ । ଭାରତୀୟ ମଜଦୁର ସଂଘର ଜିଲ୍ଲା ସମ୍ପାଦକ ଗଣେଶ କୁମାର ସାହୁ ଏବଂ ପର୍ଯ୍ୟାବରଣ ମଞ୍ଚର ଜିଲ୍ଲା ସଂଯୋଜକ ଶ୍ରୀ ଦୂର୍ଗା ମାଧବ ଘୋଷଙ୍କ ନେତୃତ୍ବରେ ଆୟୋଜିତ କାର୍ଯ୍ୟକ୍ରମକୁ ସଂଘର ମୋହନ ରାଓ ମାଝି , ଶ୍ରୀମତୀ ଉଷାରାଣୀ ଦାଶ , ଶ୍ରୀମତୀ ନେହା ସିଂ , କେ ରାମ ବାବୁ , ପରିଚାଳନା କରିଥିଲେ ଉକ୍ତ କାର୍ଯ୍ୟକ୍ରମରେ ରାୟଗଡ଼ା ବନ ବିଭାଗ , ବରିଷ୍ଠ ସାମ୍ବାଦିକ ଦୀପକ କୁମାର ପୃଷ୍ଟି , ଯୁବ ସାମ୍ବାଦିକ ଅଜୟ କୁମାର ରଥ , ସହ ବନରକ୍ଷୀ ମାନଙ୍କ ସହ ଭାରତୀୟ ମଜଦୁର ସଂଘର , ପର୍ଯ୍ୟାବରଣ ମଞ୍ଚ , ବିଶ୍ଵକର୍ମା ମଜଦୁର ସଂଘ, ଅଲ୍ ଓଡିଶା ଅଙ୍ଗନବାଡ଼ି ଲେଡିଜ ୱାରକର୍ସ ଆସୋସିଏସନ୍ , ଓଡ଼ିଶା ରାଜ୍ୟ ହସ୍ପିଟାଲ କର୍ମଚାରୀ ସଂଘ , ବ୍ୟବସାୟ ମଜଦୁର ସଂଘ , ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘ , ରାୟଗଡ଼ା ଜିଲ୍ଲା ସଫେଇ ମଜଦୁର ସଂଘ , ଜେ କେ ପେପର ମଜଦୂର ସଂଘର ପ୍ରତିନିଧିମାନେ ଯୋଗ ଦେଇଥିଲେ ।