ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସାଇବର ଠକେଇ ଏବଂ ଡିଜିଟାଲ ଗିରଫ ସଚେତନତା କାର୍ଯ୍ୟକ୍ରମ

ବୁଗୁଡ଼ା, 28/08/2026, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ):
Article Image
ବୁଗୁଡ଼ା ପୋଲିସ ଥାନା ଅଧିନସ୍ଥ ବାଲିପଦର ଫାଣ୍ଡି ପରିସରରେ ବରିଷ୍ଠ ନାଗରିକମାନଙ୍କ ପାଇଁ ଏକ "ସାଇବର ଠକେଇ ଏବଂ ଡିଜିଟାଲ ଗିରଫ ସଚେତନତା କାର୍ଯ୍ୟକ୍ରମ" ଆୟୋଜନ କରାଯାଇଥିଲା। ପ୍ରାୟ ୫୦ ଜଣ ବରିଷ୍ଠ ନାଗରିକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସଚେତନତା କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। କମ୍ପ୍ୟୁଟର ଶିକ୍ଷକ ମହେନ୍ଦ୍ର ପ୍ରସାଦ ପଣ୍ଡା, ଭଞ୍ଜନଗର ଏସଡିପିଓ ଡକ୍ଟର ଦୀପକ କୁମାର ମିଶ୍ର, ବୁଗୁଡ଼ା ପୋଲିସ ଥାନା ଆଇଆଇସି ସୀତାଂଶୁ ଶେଖର ମାନ୍ଧାତା ଓ ବାଲିପଦର ଫାଣ୍ଡି ଓଆଇସି କେ. ନୀଳାଦ୍ରୀ ରେଡ୍ଡୀ କାର୍ଯ୍ୟକ୍ରମରେ ଯୋଗଦେଇ ଅଂଶଗ୍ରହଣ କରିଥିବା ବରିଷ୍ଠ ନାଗରିକଙ୍କୁ "ଡିଜିଟାଲ ଗିରଫ" ଠକେଇ ସମେତ ବିଭିନ୍ନ ପ୍ରକାରର ସାଇବର ଠକେଇ ବିଷୟରେ ସଚେତନ କରିଥିଲେ। ଅଂଶଗ୍ରହଣକାରୀମାନଙ୍କୁ ସାଇବର ଠକେଇ ଏବଂ ଡିଜିଟାଲ ଗିରଫ ସହିତ ଜଡିତ ବିପଦ, କାର୍ଯ୍ୟପ୍ରଣାଳୀ, ପ୍ରତିରୋଧକ ପଦକ୍ଷେପ ଏବଂ କ'ଣ କରିବା ଉଚିତ ଓ କ'ଣ କରିବା ଅନୁଚିତ ସେହି ବିଷୟରେ ପ୍ରାଞ୍ଜଳ ଭାବେ ଅବଗତ କରାଯାଇଥିଲା। ଶେଷରେ ବାଲିପଦର ଫାଣ୍ଡି ଓଆଇସି ଶ୍ରୀ ରେଡ୍ଡୀ ଧନ୍ୟବାଦ ଅର୍ପଣ କରିଥିଲେ।
7