ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସତଦଳ ଗିରିଙ୍କ ମାନସ ମନ୍ଥନ ଉନ୍ମୋଚିତ

ଏରସମା, 28/08/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ସତଦଳ ଗିରିଙ୍କର ଭ୍ରମଣ କାହାଣୀ ଉପରେ ଆଧାରିତ 'ମାନସ ମନ୍ଥନ 'ପୁସ୍ତକ ଏରସମାର ଓରନାଳ ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଉନ୍ମୋଚିତ ହୋଇ ଯାଇଛି l ଏହି ଉନ୍ମୋଚନ ସଭାରେ ସଭାପତିତ୍ବ କରିଥିଲେ ପଣ୍ଡିତ ନାଗୁଚରଣ ଦେବତା l ମୁଖ୍ୟ ଅତିଥି ଭାବେ ମକରଧ୍ଵଜ ଶିଳ୍ପ ତାଲିମ୍ କେନ୍ଦ୍ର ଅଧ୍ୟକ୍ଷ ଶ୍ରୀଯୁକ୍ତ ମହେଶ୍ୱର ସ୍ୱାଇଁ ଉପସ୍ଥିତ ରହି ବର୍ତ୍ତମାନ ଯୁଗରେ ଭ୍ରମଣ କାହାଣୀର ଉପଯୋଗୀତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ lମୁଖ୍ୟ ବକ୍ତା ଭାବରେ ସମାଜସେବୀ ଶଶୀଭୁଷଣ ସ୍ୱାଇଁ, ବରେଣ୍ୟ ଅତିଥି ଭାବେ ସୁଶ୍ରୀ ଶୁଭଶ୍ରୀ ସମ୍ପାଦିକା ଡ଼ଃ ବସନ୍ତ ମଞ୍ଜରୀ ଦାସ ଓ ସମ୍ମାନିତ ଅତିଥିଭାବେ ସାହିତ୍ୟିକ ହୃଷିକେଶ ଜେନା, ସମାଜସେବୀ ପାର୍ଥ ସାରଥୀ ରାଉତ,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ କୁମାର ନାୟକ, ସମାଜସେବୀ ନିରାକାର ସ୍ୱାଇଁ, ଏରସମା ଆଞ୍ଚଳିକ ପୂଜ୍ୟ ପୂଜା ଅଧ୍ୟକ୍ଷ ଯଯାତି କେଶରୀ ସାମନ୍ତରାୟ ପ୍ରମୁଖ ଯୋଗଦେଇ ଆଗାମୀ ପିଢ଼ିପାଇଁ ପୁସ୍ତକଟି ଉପାଦେୟ ହେବ ବୋଲି ମତ ଦେଇଥିଲେ l ପୁସ୍ତକ ସମୀକ୍ଷା କରିଥିଲେ ସାମ୍ବାଦିକ ଅରୁଣ କୁମାର ବେହେରା l ଏହି କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ କ୍ଷୀରୋଦ କୁମାର ସେଠୀ, ପ୍ରଦ୍ୟୁମ୍ନ ରଥ, ମାନସ ରଞ୍ଜନ ସ୍ୱାଇଁ l ପୁସ୍ତକ ସମ୍ପର୍କରେ ନିଜସ୍ୱ ମତ ସତଦଳ ଗିରି ପ୍ରଦାନ କରିବାପରେ ସାମ୍ବାଦିକ ତୃପ୍ତି ରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ l
24