ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ରାୟଗଡ଼ରେ ସୁଭଦ୍ରା ଯୋଜନାର ୫ମ କିସ୍ତି ବଣ୍ଟନ ଅବସରରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ

ରାୟଗଡ଼, 28/08/2026, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
Article Image
ତା - ୨୮/୦୮/୨୦୨୬: ‘ସୁଭଦ୍ରା’ ଯୋଜନାର ୫ମ କିସ୍ତି ବଣ୍ଟନ ଅବସରରେ ଆଜି ରାୟଗଡ଼ ବିଜୁ ପଟ୍ଟନାୟକ ଅଡିଟୋରିୟମ୍‌ଠାରେ ଏକ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ସରସ୍ୱତୀ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଏଡିଏମ୍ (ସାଧାରଣ) ଶ୍ରୀ ରବୀନ୍ଦ୍ରନାଥ କହଁର, ସିଡିଓ-କମ୍-ଇଓ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ, ଏଡିଏମ୍‌ଓ ଡା. ମମତା ସାହୁ, ରାୟଗଡ଼ ବିଡିଓ ଶ୍ରୀ ସୁଜିତ କୁମାର ମିଶ୍ର ଏବଂ ଡିଏସ୍‌ଡବ୍ଲ୍ୟୁଓ ଶ୍ରୀମତୀ ମିନତୀ ଦେଓ ପ୍ରମୁଖ ଉପସ୍ଥିତ ଥିଲେ।
Article Image
ଏହି ଅବସରରେ ନୟାଗଡ଼ଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ‘ସୁଭଦ୍ରା’ ୫ମ କିସ୍ତି ବଣ୍ଟନ କାର୍ଯ୍ୟକ୍ରମର ସିଧା ପ୍ରସାରଣ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ସ୍ଥଳରେ ପ୍ରଦର୍ଶିତ ହୋଇଥିଲା। ଏହି ସମୟରେ ମୁଖ୍ୟ ଅତିଥି ଓ ଅନ୍ୟ ଅତିଥିମାନଙ୍କ ଦ୍ୱାରା ୫ ଜଣ ‘ସୁଭଦ୍ରା’ ହିତାଧିକାରୀଙ୍କୁ ପ୍ରତୀକାତ୍ମକ ଭାବେ ଡେମୋ ଚେକ୍ ପ୍ରଦାନ କରାଯାଇଥିଲା।
Article Image
ରାୟଗଡ଼ ଜିଲ୍ଲାରେ ‘ସୁଭଦ୍ରା’ ଯୋଜନାରେ ମୋଟ ୨,୨୭,୦୨୬ ଜଣ ହିତାଧିକାରୀ ଅନ୍ତର୍ଭୁକ୍ତ ହୋଇଛନ୍ତି। ସେଥିମଧ୍ୟରୁ ୪,୨୮୦ ଜଣ ନୂତନ ହିତାଧିକାରୀ ଯୋଜନାରେ ସାମିଲ ହୋଇଛନ୍ତି। ଯୋଗ୍ୟ ମହିଳାମାନଙ୍କ ନିକଟରେ ଯୋଜନାର ସୁବିଧା ଠିକ୍ ସମୟରେ ପହଞ୍ଚାଇବା ଏବଂ ଏହାର ସୁଚାରୁ କାର୍ଯ୍ୟାନ୍ୱୟନ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଜାରି ରହିଛି। ଏହି କାର୍ଯ୍ୟକ୍ରମରେ ସମସ୍ତ ସଂକଳ୍ପ ହବ କର୍ମଚାରୀ, ସୁଭଦ୍ରା ହେଲ୍ପଡେସ୍କ କର୍ମଚାରୀ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ , ଲେଡି ସୁପରଭାଇଜର, ଅଙ୍ଗନୱାଡି କର୍ମୀମାନେ ଏବଂ ସୁଭଦ୍ରା ହିତାଧିକାରୀମାନେ ଯୋଗଦାନ କରିଥିଲେ। ଓଏଲ୍‌ଏମ୍‌ର DPM ଶ୍ରୀ ଶଙ୍କର ଚଲାଣ ଏବଂ MAMATAର DPC ଶ୍ରୀ ଭାସର ରେଡ୍ଡୀ କାର୍ଯ୍ୟକ୍ରମର ସଂଯୋଜନା ଓ ପରିଚାଳନା କରିଥିଲେ।
6