ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜଗତସିଂହପୁର ଠାରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବରେ ସୁଭଦ୍ରା ପଞ୍ଚମ କିସ୍ତି ବଣ୍ଟନ

ଜଗତସିଂହପୁର, 28/08/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରୀତା ସାହୁ ଙ୍କ ରିପୋର୍ଟ ) :
Article Image
ଯୋଗଦେଲେ ଶିଳ୍ପମନ୍ତ୍ରୀ, ସାଂସଦ ଓ ବିଧାୟକ
Article Image
ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ସମାଜ ମଙ୍ଗଳ ବିଭାଗ ପକ୍ଷରୁ ସ୍ଥାନୀୟ ଆଦିକବି ଶାରଳା ଦାସ ସଂସ୍କୃତି ଭବନ ଠାରେ ଜିଲ୍ଲା ସ୍ତରୀୟ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ଉତ୍ସବ ଅତିରିକ୍ତ ଜିଲ୍ଲାପାଳ ସମ୍ବିତ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଜିଲ୍ଲା ସ୍ତରୀୟ ସମାରୋହରେ ମୁଖ୍ୟ ଅତିଥି ଭାବେ ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚରଣ ସ୍ୱାଇଁ , ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ, ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ରହି ରକ୍ଷା ବନ୍ଧନ ଉତ୍ସବ ଅବସରରେ ଉପସ୍ଥିତ ସମସ୍ତ ମହିଳାମାନଙ୍କୁ ଶୁଭେଚ୍ଛା ଜଣାଇଥିବା ସହିତ ନାରୀ ମାନେ ସଶକ୍ତ ଓ ସ୍ୱାବଲମ୍ବୀ ହେଲେ ଦେଶର ଉନ୍ନତି ହେବ ବୋଲି କହିଥିଲେ । ଏହି ସମାରୋହରେ ସୁଭଦ୍ରା ଯୋଜନାର ସଫଳ ରୂପାୟନ ପାଇଁ ମହିଳା ମାନଙ୍କୁ ଉତ୍ତରୀୟ ଦେଇ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ। ପରେ ସୁଭଦ୍ରାଙ୍କ ଯୋଜନାରେ ମହିଳା ମାନଙ୍କୁ ଆକାଉଣ୍ଟ କୁ ଡିବିଟି ମାଧ୍ୟମରେ ଟଙ୍କା ପ୍ରଦାନ କରାଯାଇଥିଲା ।
Article Image
Article Image
Article Image
Article Image
6