ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପରଲୋକରେ ସୁପରଷ୍ଟାର ବାବୁଶାନ୍ ମହାନ୍ତିଙ୍କ ବାପା ଉତ୍ତମ ମହାନ୍ତି। (୧୯୫୮ - ୨୦୨୫)

ଭୁବନେଶ୍ୱର, 28/02/2025, ଉତ୍କଳ voice news - utkalvoicenews.com
Article Image
ପରଲୋକରେ ସୁପରଷ୍ଟାର ବାବୁଶାନ୍ ମହାନ୍ତିଙ୍କ ପିତା ଉତ୍ତମ ମହାନ୍ତି। ଓଡିଶାର ବାରିପଦାର ଏକ ଗ୍ରାମରେ ତାଙ୍କର ଜନ୍ମ। ଆଉ ଦେଖବାକୁ ମିଳିବନି ଓଡ଼ିଆ ସିନେମା ଜଗତର ଦଣ୍ଡା ବାଳୁଙ୍ଗା ଉତ୍ତମ ମହାନ୍ତିଙ୍କୁ। ପୁରାତନ ଅଭିନେତା ଉତ୍ତମ ମହାନ୍ତି ସମସ୍ତଙ୍କୁ ଛାଡି ଆରପାରିକୁ ଚାଲିଯାଇଛନ୍ତି। ଭୁବନେଶ୍ୱର ପଟିଆରେ ଥିବା ଏକ ଘରୋଇ ହସ୍ପିଟାଲକୁ ରେଗୁଲାର ଚେକପ୍ ପାଇଁ ଆସିଥିଲେ ଉତ୍ତମ, ଚେକପ୍ ସମୟରେ ସେ ଅଚାନକ ଗୁରୁତ୍ୱର ହୋଇପଡ଼ିଥିଲେ। ତାଙ୍କୁ (ଆଇ.ସି.ୟୁ) ରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଦିଲ୍ଲୀକୁ ଏୟାର ଲିଫ୍ଟ କରାଯାଇଥିଲା। ସେଠାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଦୀର୍ଘ ୩୦ ବର୍ଷ ଧରି ଓଡ଼ିଆ ଚଳଚ୍ଚିତ୍ର ଜଗତରେ ନିଜର ପତିଆରା ଜାହିର୍ କରିଥବା ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଥିଲେ ୮୦ ବର୍ଷର ଅପ୍ରତି ଦ୍ଵନ୍ଦି ଚେହେରା। ସେ ଓଡ଼ିଆ ସିନେମାରେ ପ୍ରାୟ ୧୫୦ ରୁ ଅଧିକ ଚଳଚ୍ଚିତ୍ର କରି ଲୋକମାନଙ୍କ ମନରେ ଘର କରିଛନ୍ତି। ଆଉ ମଧ୍ଯ ସେ ୩୦ଟି ବଙ୍ଗଳା ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ। ଶ୍ରେଷ୍ଠ ଅଭିନେତା ଭାବରେ ସେ ଅନେକ ସୁନାମ ଅର୍ଜନ କରିବା ସହ ଅନେକ ଗୁଡ଼ିଏ ପୁରସ୍କାର ମଧ୍ୟ ପାଇଛନ୍ତି। ଓଡିଆ ସିନେମାର ଦଣ୍ଡା ବାଳୁଙ୍ଗା ତାଙ୍କୁ ଏକ ସ୍ଵତନ୍ତ୍ର ପରିଚୟ ପ୍ରଦାନ କରିଥିଲା। ତେଣୁ ଆଜି ସେହି ଓଡ଼ିଆ ସିନେମା ଜଗତର ପ୍ରଦୀପ ଲିଭି ଯାଇଛି। ଆମ ସମସ୍ତଙ୍କୁ ଛାଡି ଆରପାରିକୁ ଚାଲିଯାଇଛନ୍ତି ସହି ମହାନ୍ ମଣିଷ। ଆଜି ସାରା ଓଡ଼ିଶା ତାଙ୍କ ପାଇଁ କାନ୍ଦୁଛି। ଆମେ ସମସ୍ତେ ଭଗବାନଙ୍କୁ ଏତିକି ପ୍ରାର୍ଥନା କରିବା ସେ ସେହି ମହାନ ମଣିଷଙ୍କ ଆତ୍ମାଙ୍କ ଶାନ୍ତି ଦିଅନ୍ତୁ।
Article Image
1