କୁଜଙ୍ଗ / ଅଗପାଳ, 28/08/2026, ଉତ୍କଳ voice news - utkalvoicenews.com( କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
ଦୋକାନ ସିଲ୍, ବାପା ସହ ଦୁଇ ପୁଅ ଗିରଫ
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅଞ୍ଚଳରେ ଅବୈଧ ମଦ କାରବାର ବିରୋଧରେ ପୋଲିସର ବଡ଼ ଧରଣର ଚଢ଼ାଉ। ବିଶ୍ୱସନୀୟ ସୂଚନା ପାଇ କୁଜଙ୍ଗ ଥାନାର ଏସ୍ଆଇ ଆର୍.ଆର୍. ସାହୁଙ୍କ ନେତୃତ୍ୱରେ ପୋଲିସ ଟିମ୍ ଅଗପାଳ ଆଦର୍ଶ ସ୍କୁଲ ନିକଟରେ ଥିବା ଏକ ପାନ ଦୋକାନରେ ଚଢ଼ାଉ କରିଥିଲେ।
ପୋଲିସ ଅନୁସାରେ, ଅଗାପାଳ ଗ୍ରାମର ବିନୟ କୁମାର ନାଥଙ୍କ ପୁଅ ଅଭୟ କୁମାର ନାଥଙ୍କ ଦୋକାନରୁ ବିପୁଳ ପରିମାଣର ମଦ ଜବତ କରାଯାଇଛି। ଏହାସହ ମଦ ବିକ୍ରିରେ ବ୍ୟବହୃତ ଏକ ମୋଟରସାଇକେଲର ଡିକି/ବାସ୍କେଟ୍ରୁ ମଧ୍ୟ ମଦ ଜବତ ହୋଇଥିବା ପୋଲିସ ପକ୍ଷରୁ କୁହାଯାଇଛି।
ପରେ ଅତିରିକ୍ତ ତହସିଲଦାର ବ୍ୟୋମକେଶ ପ୍ରଧାନ ଏବଂ ସ୍ଥାନୀୟ ସାକ୍ଷୀଙ୍କ ଉପସ୍ଥିତିରେ ସମ୍ପୃକ୍ତ ଦୋକାନକୁ ସିଲ୍ କରାଯାଇଛି।
ଏହି ଘଟଣାରେ କୁଜଙ୍ଗ ଥାନାରେ କେସ୍ ନମ୍ବର ୨୦୫, ତାରିଖ ୨୭ ଅଗଷ୍ଟ ୨୦୨୬ରେ ବିଏନ୍ଏସ୍ର ଧାରା ୧୧୧(୨)(ବି)(୩)(୪)/୬୧/୩(୫) ସହିତ ଓଡ଼ିଶା ଅବକାରୀ ଆଇନର ଧାରା ୫୨(ଏ)(ଆଇ) ଅନୁଯାୟୀ ମାମଲା ରୁଜୁ ହୋଇଛି।
ପୋଲିସ ଅଭୟ କୁମାର ନାଥ, ବୟସ ୪୮ ବର୍ଷ, ଏବଂ ତାଙ୍କ ଦୁଇ ପୁଅ ଜ୍ୟୋତି ରଞ୍ଜନ ନାଥ, ବୟସ ୨୪ ବର୍ଷ ଓ ରଶ୍ମି ରଞ୍ଜନ ନାଥ, ବୟସ ୨୨ ବର୍ଷଙ୍କୁ ଗିରଫ କରିଛି। ତିନି ଅଭିଯୁକ୍ତଙ୍କୁ ଆଜି ମାନ୍ୟବର ଅଦାଲତକୁ ପଠାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।
ଘଟଣାକୁ ନେଇ କୁଜଙ୍ଗ ପୋଲିସର ତଦନ୍ତ ଜାରି ରହିଛି।