କୁଜଙ୍ଗ / ପଥୁରିଆ, 28/08/2026, ଉତ୍କଳ voice news - utkalvoicenews.com( କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) : ବିପୁଳ ପରିମାଣର ବିଦେଶୀ ଓ ଦେଶୀ ମଦ ଜବତ
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ପଥୁରିଆ ଅଞ୍ଚଳରେ ଅବୈଧ ମଦ ବିକ୍ରି ଅଭିଯୋଗରେ ପୁଲିସ ଜଣେ ମହିଳାଙ୍କୁ ଧରିଛି। ପୁଲିସ ସୂଚନା ଅନୁଯାୟୀ, ପଥୁରିଆ ହାଇସ୍କୁଲ ନିକଟ ଆଗାପାଳ ଅଞ୍ଚଳରେ ନିଜ ଘରେ ଅବୈଧ ଭାବେ ମଦ ବିକ୍ରି କରୁଥିବା ବେଳେ ଗୀତାଞ୍ଜଳି ସେଠୀ (୪୩)ଙ୍କୁ ପୁଲିସ ଧରିଥିଲା।
ତାଙ୍କ ନିକଟରୁ ୧୮୦ ମିଲିଲିଟର ବିଶିଷ୍ଟ ମ୍ୟାକଡୋୱେଲ୍ସ ନଂ-୧ ସେଲିବ୍ରେସନ୍ ପ୍ରିମିୟମ୍ ରମ୍ର ୧୫ଟି ବୋତଲ, ମ୍ୟାକଡୋୱେଲ୍ସ ନଂ-୧ ହ୍ୱିସ୍କିର ୪୮ଟି ବୋତଲ ଏବଂ ଆସ୍କା-୪୦ର ୨୦ଟି ବୋତଲ ଜବତ ହୋଇଛି।
ଶିକ୍ଷାନୁଷ୍ଠାନ ନିକଟରେ ମଦ ବିକ୍ରି ହେଉଥିବାରୁ ଅଞ୍ଚଳରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଥିବା ପୁଲିସ ପକ୍ଷରୁ କୁହାଯାଇଛି। ଏନେଇ କୁଜଙ୍ଗ ଥାନାରେ କେସ୍ ନମ୍ବର ୨୦୫, ତାରିଖ ୨୮.୦୮.୨୦୨୬ରେ ଓଡ଼ିଶା ଅବକାରୀ ଆଇନ, ୨୦୦୮ର ଧାରା ୫୨(ଏ) ଅନୁଯାୟୀ ମାମଲା ରୁଜୁ ହୋଇଛି। ଆବଶ୍ୟକ ଦସ୍ତାବିଜ ପ୍ରସ୍ତୁତି ପରେ ଅଭିଯୁକ୍ତାଙ୍କୁ କୋର୍ଟଚାଲାଣ କରାଯିବ ବୋଲି କୁଜଙ୍ଗ ଥାନା ଏସ୍ଆଇ ଆର୍.ଆର୍. ସାହୁ ସୂଚନା ଦେଇଛନ୍ତି।