ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମାଗଣା ଚକ୍ଷୁ ଚିକିତ୍ସା ଶିବିର ଏବଂ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

କୁଜଙ୍ଗ / ହଂସୁରା ଗ୍ରାମ, 29/08/2026, ଉତ୍କଳ voice news - utkalvoicenews.com( କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
Article Image
ତା - (୨୯/୮)- ଆଜି କୁଜଙ୍ଗ ବ୍ଲକ ର ହଂସୁରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାମପୁର ସଭାଗୃହ ରେ ରାଜ୍ୟର ପ୍ରମୁଖ ସାମାଜିକ ଏବଂ ଆଧ୍ୟାତ୍ମିକ ଅନୁଷ୍ଠାନ ଶକ୍ତି ଅରୁଣ ଟ୍ରଷ୍ଟ ଅଧ୍ୟକ୍ଷ ପଣ୍ଡିତ ଡ଼ ଅରୁଣ କୁମାର ପାଣି ଙ୍କ ତରଫରୁ ସମାଜସେବୀ ପ୍ରମୋଦ କୁମାର ସ୍ୱାଇଁ ଙ୍କ ସହଯୋଗ ରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଉଦଘାଟକ ଭାବେ ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାରକ ତଥା ଓଡିଶା ସାମ୍ବାଦିକ ସଙ୍ଘ ର ରାଜ୍ୟ ସମ୍ପାଦକ ଡ଼କ୍ଟର ସୁନାକର ବେହେରା, ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କବୟିତ୍ରୀ ଡ଼ ବସନ୍ତ ମଞ୍ଜରୀ ଦାସ , ବରଣ୍ୟ ଅତିଥି ଭାବେ ରଜନୀଦେବୀ ଜରାଶ୍ରମ ର ଅଧ୍ୟକ୍ଷା ଆଇନଜୀବି ମଞ୍ଜୁଲତା ରାଉତ , ମୁଖ୍ୟବକ୍ତା ଭାବେ ସ୍ମୃତି ର ଅଧ୍ୟକ୍ଷା କନକଲତା ସୁତାର, ପୂଜ୍ୟପୂଜା ସଂସଦ ର ସଭାପତି ଯଯାତି କେଶରୀ ପଟ୍ଟନାୟକ , ପ୍ରଦୋଷ୍ମିନି ସୁତାର , ବିଶ୍ବଜିତ ବେହେରା, ଅଂଶୁମାନ ଷଡ଼ଙ୍ଗୀ ପ୍ରମୁଖ ଯୋଗଦାନ କରିଥିବା ବେଳେ। କଟକ ତାରିଣୀ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ତରଫରୁ ପରେଶ କୁମାର ମହାରଣା , ଆଶୁତୋଷ ପଣ୍ଡା , ପ୍ରଦୀପ୍ତ ମହାନ୍ତି ପ୍ରମୁଖ ସାଧାରଣ ଲୋକ ମାନଙ୍କ ଚକ୍ଷୁ ପରୀକ୍ଷା କରିଥିଲେ। ପ୍ରାୟ ୧୫୦ ରୋଗୀ ଚକ୍ଷୁ ପରୀକ୍ଷା କରିଥିବା ବେଳେ, ୧୦ ଜଣ ରୋଗୀ ଙ୍କୁ କଟକ ନିଆଯାଇ ସଫଳ ଚକ୍ଷୁ ଅସ୍ତ୍ର ପ୍ରଚାର କରାଯାଇଥିଲା। ସଭାଗୃହ ସମୁଖ ପଡିଆ ରେ ବିଭିନ୍ନ ପ୍ରକାର ବୃକ୍ଷ ରୋପଣ କରାଯାଇ ପରିବେଶ ସୁରକ୍ଷା ସହିତଃ ବୃକ୍ଷ ହି ଜୀବନ ପ୍ରକୃତି କୁ ସୁରକ୍ଷା କରିଲେ ପ୍ରକୃତି ଆମକୁ ସୁରକ୍ଷା ପ୍ରଦାନ କରିପାରିବ । ସର୍ବଶ୍ରୀ ମକର ଦାସ, ଗୁର ସାମଲ ଏବଂ ସାମଲ ସାହିର ସମସ୍ତ ବ୍ୟକ୍ତି ମାନେ ସହଯୋଗ କରିଥିଲେ ।
Article Image
16