ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବନ୍ୟା ବିପନ୍ନଙ୍କ ପାଖରେ ପହଞ୍ଚିଲା ଓଡ଼ିଶା ଜନତା କଂଗ୍ରେସ, ବଣ୍ଟନ ହେଲା ରିଲିଫ ସାମଗ୍ରୀ

କୁଜଙ୍ଗ / ଜିଲ୍ଲାନାସୀ ପଞ୍ଚାୟତର ଜୟଶଙ୍କରପୁର ଗ୍ରାମ, 29/08/2026, ଉତ୍କଳ voice news - utkalvoicenews.com( କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
Article Image
କୁଜଙ୍ଗ, ୨୯/୮ (ନି.ପ୍ର.): ମହାନଦୀର ବନ୍ୟା ପ୍ରଭାବିତ ପରିବାରଙ୍କ ପାଇଁ ସହାୟତାର ହାତ ବଢ଼ାଇଛି ଓଡ଼ିଶା ଜନତା କଂଗ୍ରେସ ପାର୍ଟି। ମହାନଦୀରେ ବନ୍ୟାଜଳ କମିଥିଲେ ମଧ୍ୟ ବନ୍ୟାଞ୍ଚଳର ଅନେକ ଲୋକ ଏବେ ବି ଦୁଃଖ-ଦୁର୍ଦ୍ଦଶା ମଧ୍ୟରେ ଜୀବନ ବିତାଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଦଳର ରାଜ୍ୟ ସଭାପତି ମହମ୍ମଦ ମୋକିମଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କୁଜଙ୍ଗ ବ୍ଲକ ଜିଲ୍ଲାନାସୀ ପଞ୍ଚାୟତର ଜୟଶଙ୍କରପୁର ଗ୍ରାମର ବନ୍ୟା ବିପନ୍ନ ପରିବାରଙ୍କୁ ପଲିଥିନ ସମେତ ବିଭିନ୍ନ ରିଲିଫ ସାମଗ୍ରୀ ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଦଳର ରାଜ୍ୟ ଉପସଭାପତି ବଦ୍ରିନାରାୟଣ ମହାନ୍ତି, ମହିଳା ସଭାନେତ୍ରୀ ଶୈଳବାଳା ଜେନା, ସମ୍ପାଦକ ତପନ ରାଉତରାୟ, ଯୁବ ସଭାପତି ଆର୍ଯ୍ୟବୀର ଏବଂ ଜିଲ୍ଲା ସଭାପତି ସତ୍ୟଦୀପ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଜିଲ୍ଲାନାସୀ ପଞ୍ଚାୟତର ଦଳୀୟ ସମର୍ଥକ ଅମର ଦାସ, ଧୀରେନ୍ଦ୍ର ବିଶ୍ୱାଳ, ଉମାକାନ୍ତ ବେହେରା ପ୍ରମୁଖ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।
Article Image
Article Image
Article Image
8