ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ହସିଣା ଗାଁରେ ଜମି ବିବାଦ: ଗଛ କାଟିନେବା ଓ ପ୍ରାଣନାଶ ଧମକ ନେଇ ଥାନାର ଦ୍ୱାରସ୍ଥ ପରିବାର

କୁଜଙ୍ଗ / (ମଙ୍ଗରାଜପୁର), 30/08/2026, ଉତ୍କଳ voice news - utkalvoicenews.com( କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) ୩୦/୦୮:
Article Image
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ମଙ୍ଗରାଜପୁର ପଞ୍ଚାୟତର ହସିଣା ଗ୍ରାମରେ ଜମି ବିବାଦକୁ ନେଇ ଉତ୍ତେଜନା ଦେଖାଦେଇଛି। ବିବାଦୀୟ ଜମିରେ ଥିବା ଗଛକୁ ବିପକ୍ଷ ପକ୍ଷ କାଟି ନେଇଥିବା ସହ ଅବଶିଷ୍ଟ ଗଛ ମଧ୍ୟ କାଟି ନେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି।
Article Image
ପୀଡ଼ିତ ବେଣୁଧର ସୁତାର, କବିତା ସୁତାର, ରୋଜାଲିନ ସୁତାର ଓ ମାମିନା ସୁତାରଙ୍କ ଅଭିଯୋଗ ଅନୁଯାୟୀ, ସରକାରୀ ଅମିନଙ୍କ ଦ୍ୱାରା ଜମି ମାପ ହୋଇଥିଲେ ମଧ୍ୟ ବିପକ୍ଷ ପକ୍ଷ ତାହାକୁ ମାନୁନାହାନ୍ତି। ବରଂ ଜମିରେ ଥିବା କିଛି ଗଛ କାଟି ନେଇଥିବା ସହ ଅବଶିଷ୍ଟ ଗଛ ମଧ୍ୟ କାଟି ନେବାକୁ ଧମକ ଦେଉଥିବା ସେମାନେ କହିଛନ୍ତି। ଏହି ଘଟଣାକୁ ନେଇ ଥାନା ଓ କୋର୍ଟରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉନଥିବା ଅଭିଯୋଗ କରିଛନ୍ତି ପୀଡ଼ିତ ପରିବାର। ବିପକ୍ଷ ପକ୍ଷ ପ୍ରଭାବଶାଳୀ ହୋଇଥିବାରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନଥିବା ମଧ୍ୟ ସେମାନେ ଦାବି କରିଛନ୍ତି। ଏଥିସହ ପ୍ରମୋଦ ଓଝା, ସୁମନ ଓଝା, କୁନୀଲତା ଓଝା ଓ ବେଙ୍ଗୁଲି ଓଝା ରାତିରେ ଘରକୁ ଆସି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ପ୍ରାଣନାଶ ଧମକ ଦେଇଥିବା ଅଭିଯୋଗ ମଧ୍ୟ ପୀଡ଼ିତ ପରିବାର ଆଣିଛନ୍ତି। ପରିବାରର କୌଣସି ସଦସ୍ୟଙ୍କ କ୍ଷତି ହେଲେ ଏଥିପାଇଁ ସମ୍ପୃକ୍ତ ବ୍ୟକ୍ତିମାନେ ଦାୟୀ ରହିବେ ବୋଲି ସେମାନେ କହିଛନ୍ତି। ଏହି ଘଟଣାରେ ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରିବାକୁ ପୀଡ଼ିତ ପରିବାର ଦାବି କରିଛନ୍ତି।
6