ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜଗତସିଂହପୁରରେ ଅନୁଷ୍ଠିତ ହେଲା ଦେଶଭକ୍ତି କବିତା ଆସର

ଜଗତସିଂହପୁର, 30/08/2026, ଉତ୍କଳ voice news - utkalvoicenews.com( ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) : ତା - ୩୦/୦୮: ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ମା' ସାରଳା ଶାଖା, ଜଗତସିଂହପୁର ପକ୍ଷରୁ ମୁଦୁପୁର ପଞ୍ଚାୟତ ଅନ୍ତର୍ଗତ କନ୍ତାର ଗ୍ରାମସ୍ଥିତ କେଳି–କାଞ୍ଚନ–ରତ୍ନାକର ପାଠାଗାର ପ୍ରେକ୍ଷାଳୟରେ ସାହିତ୍ୟ ପତ୍ରିକା 'ନବକାକଳି' ସୌଜନ୍ୟରେ ଏକ ଦେଶଭକ୍ତି କବିତା ଆସର ଅନୁଷ୍ଠିତ ହୋଇଯାଇଛି।
Article Image
ପରିଷଦର ସଭାପତି ଡ଼. ସୁରେନ୍ଦ୍ରନାଥ ତ୍ରିପାଠୀଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ସଦସ୍ୟା ମନୋରମା ଦାଶ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଭାବେ ଡ଼. ବିଷ୍ଣୁପ୍ରିୟା ଦାସ ଏବଂ ସମ୍ମାନିତ ଅତିଥି ଭାବେ ବିଜୟ କୁମାର ପତି ଯୋଗଦେଇଥିଲେ। ସଦସ୍ୟ ଶିଶିର କୁମାର ତ୍ରିପାଠୀ ପ୍ରାରମ୍ଭିକ ଅଭିଭାଷଣ ରଖିଥିଲେ। ଝଙ୍କଡ଼କନ୍ୟା ସବିତା ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ଆସରରେ ୨୭ ଜଣ କବି ଓ କବୟିତ୍ରୀ ଦେଶାତ୍ମବୋଧକ କବିତା ପାଠ କରିଥିଲେ। ଅର୍ଚ୍ଚନା ଦାସ, ଗଗନ ବିହାରୀ ବେହେରା, ହୃଦାନନ୍ଦ ବାରିକ, ଗଣେଶ ମହାନ୍ତି, ମାତୃପ୍ରସାଦ ଶତ୍ରୁଜିତ, ପୁରୁଷୋତ୍ତମ ଦାସ, ଗୌରାଙ୍ଗ ଚରଣ ଦାସ, ଆଶିଷ ପରିଜା, ଶୁଭଲକ୍ଷ୍ମୀ ମହାପାତ୍ର, ବଂଶୀଧର ବେହେରା, ନୀଳକଣ୍ଠ ମିଶ୍ର, ଜୟଶ୍ରୀ ମିଶ୍ର, ଜ୍ଞାନରଞ୍ଜନ ସ୍ୱାଇଁ, ନିର୍ମାଲ୍ୟ ପ୍ରସାଦ ଷଡ଼ଙ୍ଗୀ ପ୍ରମୁଖଙ୍କ କବିତା ଶ୍ରୋତାଙ୍କୁ ମନୋମୁଗ୍ଧ କରିଥିଲା। ଉପସଭାପତି ଡ଼. ବିଜୟ କୁମାର ବିଶ୍ୱାଳ କବିତାଗୁଡ଼ିକର ସମୀକ୍ଷା କରିଥିବା ବେଳେ, ସମ୍ପାଦକ ଡ଼. ରବୀନ୍ଦ୍ରନାଥ ମିଶ୍ର ବିବରଣୀ ପାଠ କରିଥିଲେ। ଶେଷରେ ସଭାପତିଙ୍କ ଅଭିଭାଷଣ ପରେ ଯୁଗ୍ମ ସମ୍ପାଦକ ସବ୍ୟସାଚୀ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମର ସମାପନ କରିଥିଲେ।
5