ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଶ୍ରୀ କୁଞ୍ଜବିହାରୀ ମହାପ୍ରଭୂଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ

ଏରସମା, 28/02/2025, ଉତ୍କଳ voice news - utkalvoicenews.com
Article Image
ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍ ଅନ୍ତର୍ଗତ ଗଡ଼କୁଜଙ୍ଗ ପଞ୍ଚାୟତର ଗଡକୁଜଙ୍ଗର ପ୍ରସିଦ୍ଧ ଶ୍ରୀ କୁଞ୍ଜବିହାରୀ ଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିରର ୧୭ ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି। ମନ୍ଦିର ପରିସରରେ ୪ ଦିନ ବ୍ୟାପୀ ଆୟୋଜିତ କାର୍ଯ୍ୟକ୍ରମର ବିଭିନ୍ନ ଦିବସରେ ଅଙ୍କୁରାରୋପଣ,କଳସ ଶୋଭାଯାତ୍ରା,ଅଗ୍ନି ସ୍ଥାପନ,କାଶି ବିଶ୍ଵନାଥ ମହାଦେବଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ସହିତ , ସନ୍ଧ୍ୟାରେ ଯଜ୍ଞ ପୂର୍ଣ୍ଣାହୁତି ଅନୁଷ୍ଠିତ ହୋଇଛି। ପୂର୍ଣ୍ଣାହୁତି ପର୍ବରେ ଅଞ୍ଚଳର ଶହ ଶହ ଶ୍ରଦ୍ଧାଳୁଙ୍କର ସମାଗମ ହୋଇଥିଲା। ଏହି ଅବସରରେ ବିଭିନ୍ନ ଅଞ୍ଚଳର ସଙ୍କୀର୍ତ୍ତନ ଦଳ ଯୋଗଦେଇଥିଲେ। ପ୍ରତ୍ୟହ ସନ୍ଧ୍ୟାରେ ମନ୍ଦିର ପରିସରରେ ଭଜନ ସନ୍ଧ୍ୟା ପରିବେଷଣ ଓ ପ୍ରଶାଦ ସେବନ ବ୍ୟବସ୍ଥା କରାଯାଇଥିଲା। ଶ୍ରୀ ଶ୍ରୀ କୁଞ୍ଜବିହାରୀ ଟ୍ରଷ୍ଟ ବୋର୍ଡ ମ୍ୟାନେଜିଂ ଟ୍ରଷ୍ଟି ରାଜେନ୍ଦ୍ର କୁମାର ବେହେରା,ସମ୍ପାଦକ ପିତାମ୍ବର ରାଉତ, ବିଷ୍ଣୁ ପ୍ରଧାନ,ଯଦୁନାଥ ଖଟୁଆ,ସମ୍ପଦ ବାରିକ,ବିଜୟ ଚାନ୍ଦ ନାୟକ,ଶ୍ରୀଧର ବେହେରା, ନଳିନୀ ରଞ୍ଜନ ବେହେରା, ସଞ୍ଜୟ ମହାପାତ୍ର ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ।
1