ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ନିଖିଳ ଓଡ଼ିଶା ସ୍ୱାୟତ ଶାସନ ଦିବସ ପାଇଁ ଆଲୋକମାଳାରେ ଝଲସୁଛି ପୌର କାର୍ଯ୍ୟାଳୟ

ଢ଼େଙ୍କାନାଳ, 30/08/2026, ଉତ୍କଳ voice news - utkalvoicenews.com( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :
Article Image
ନିଖିଳ ଓଡ଼ିଶା ସ୍ୱାୟତ ଶାସନ ଦିବସକୁ ନେଇ ଉତ୍ସବମୁଖର ପରିବେଶ। ଏହି ଅବସରରେ ରଙ୍ଗବେରଙ୍ଗ ଆଲୋକମାଳାରେ ସଜେଇ ଦିଆଯାଇଛି ପୌର କାର୍ଯ୍ୟାଳୟ। ଆଲୋକ ସଜ୍ଜାରେ ଝଲସୁଛି ସାରା ପୌର କାର୍ଯ୍ୟାଳୟ। ନିଖିଳ ଓଡ଼ିଶା ସ୍ୱାୟତ ଶାସନ ଦିବସ ପାଳନ ପାଇଁ ପୌର କାର୍ଯ୍ୟାଳୟକୁ ସୁନ୍ଦର ଆଲୋକମାଳାରେ ସଜାଯାଇଛି। ରାତିରେ ଆଲୋକରେ ଝଲସୁଥିବା ପୌର କାର୍ଯ୍ୟାଳୟର ଦୃଶ୍ୟ ବେଶ୍ ଆକର୍ଷଣୀୟ ହୋଇଛି। ପୌର ନିର୍ବାହୀ ଅଧିକାରୀ **ଅଶ୍ୱନି କୁମାର ଦାସଙ୍କ ତତ୍ତ୍ୱାବଧାନରେ** ଏହି ଆଲୋକ ସଜ୍ଜା କରାଯାଇଛି। ରଙ୍ଗବେରଙ୍ଗ ଆଲୋକରେ ସଜେଇ ଦିଆଯାଇଥିବା ପୌର କାର୍ଯ୍ୟାଳୟ ପରିସର ଏବେ ଆକର୍ଷଣର କେନ୍ଦ୍ର ପାଲଟିଛି। ସ୍ୱାୟତ ଶାସନ ଦିବସକୁ ଧୁମ୍‌ଧାମରେ ପାଳନ କରିବା ପାଇଁ ପୌର ପ୍ରଶାସନ ପକ୍ଷରୁ ଏଭଳି ସୁନ୍ଦର ସାଜସଜ୍ଜା କରାଯାଇଥିବା ବେଳେ, ଏହା ସ୍ଥାନୀୟ ଲୋକଙ୍କ ମନ ମଧ୍ୟ ଜିଣିଛି। ଆଲୋକମାଳାରେ ଝଲସୁଥିବା ପୌର କାର୍ଯ୍ୟାଳୟ ନିଖିଳ ଓଡ଼ିଶା ସ୍ୱାୟତ ଶାସନ ଦିବସର ଉତ୍ସବୀୟ ପରିବେଶକୁ ଆହୁରି ଆକର୍ଷଣୀୟ କରିଛି।
14