ବୁଗୁଡ଼ା, 30/08/2026, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ):

ପାଖେଇ ଆସିଲାଣି ଆରାଧ୍ୟ ଦେବ ପ୍ରଭୁ ଶ୍ରୀ ଗଣେଶଙ୍କ ପୂଜା। ଏଥିପାଇଁ ବୁଗୁଡ଼ା ସହର ସମେତ ସମଗ୍ର ଗ୍ରାମାଞ୍ଚଳ ଉତ୍ସବମୁଖର ହୋଇ ଉଠିବ । ବିଦ୍ୟାଦାତାଙ୍କ ଆବାହନ ନିମନ୍ତେ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ପୂଜା କମିଟି ଗୁଡ଼ିକ ପକ୍ଷରୁ ପ୍ରସ୍ତୁତି ଚାଲିଥିବା ବେଳେ ବୁଗୁଡ଼ା ଅଞ୍ଚଳର ମୂର୍ତ୍ତି କାରିଗର ମାନେ ଏବେ ମୂର୍ତ୍ତି ନିର୍ମାଣରେ ବ୍ୟସ୍ତ।ଆଉ ମାତ୍ର କିଛି ଦିନର ବ୍ୟବଧାନ ପରେ ଗଣେଶ ପୂଜା ପଡ଼ୁଥିବାରୁ କାରିଗର ମାନେ ନଡ଼ା ବିଡ଼ା ବାନ୍ଧିବା ଠାରୁ ଆରମ୍ଭ କରି ମାଟି ପ୍ରଲେପ ଦେବା ଏବଂ ରଙ୍ଗ ଦେବା କାର୍ଯ୍ୟ ଜୋରସୋରରେ ଜାରି ରଖିଛନ୍ତି। ହାତର ଯାଦୁଗରୀ ଦେଖାଇ ଚାଲିଛନ୍ତି।ମୂର୍ତ୍ତି ନିର୍ମାଣରେ ପରିଶ୍ରମ ତୁଳନାରେ ଲାଭ ମିଳୁ ମିଳୁନଥିଲେ ମଧ୍ୟ କାରିଗର ମାନେ ଦେଖାଇ ଚାଲିଛନ୍ତି ନିଜ ହାତର ଯାଦୁଗରୀ। ବୁଗୁଡ଼ା ଏବଂ ଆଖପାଖ ଅଞ୍ଚଳରେ ସେମାନଙ୍କ ହାତଗଢ଼ା ମୂର୍ତ୍ତିର ବେଶ୍ ଚାହିଦା ରହିଛି। ମୂର୍ତ୍ତି ନିମନ୍ତେ ଲୋକଙ୍କ ଶ୍ରଦ୍ଧା ଓ ପ୍ରଶଂସାର ଦୁଇ ପଦ ଶୁଣିଲେ କାରିଗର ମାନେ ନିଜର କଳାକୁ ଅଧିକ ଜୀବନ୍ତ କରିବାକୁ ଅଧିକ ଆଗ୍ରହ ପ୍ରକାଶ କରିଥାନ୍ତି।ଲୋକଙ୍କ ଏହି ପ୍ରଶଂସା ଟିକକ ତାଙ୍କ ପରିଶ୍ରମ ଓ କଷ୍ଟକୁ ଦୂରେଇ ଦେଇଥାଏ।ବୁଗୁଡ଼ା ଏନଏସିର କୁମ୍ଭାର ସାହି ଏବଂ ବ୍ଲକର ଗୋଲିଆ, ବାଦୁଆ, ଭାମସ୍ୟାଳି ଆଦି ଗ୍ରାମରେ ଗଢା ଯାଇଥିବା ମୂର୍ତ୍ତି ବିଭିନ୍ନ ଅଞ୍ଚଳକୁ ପଠାଯାଇ ଥାଏ।ଚଳିତ ବର୍ଷ ଗଣେଶ ପୂଜା ମହା ଧୂମଧାମ ରେ ପାଳିତ ହେବ ବୋଲି ଆଶା ଆଶା କରାଯାଇଛି।
