ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ନୂଆଦିଲ୍ଲୀର CCRTରେ ଓଡ଼ିଶାର କଳା,ସଂସ୍କୃତି ଓ ଐତିହ୍ୟର ଗୌରବମୟ ପ୍ରଦର୍ଶନ

ନୂଆଦିଲ୍ଲୀ, 30/08/2026, ଉତ୍କଳ voice news - utkalvoicenews.com
Article Image
ଓଡ଼ିଶାର ସମୃଦ୍ଧ କଳା, ସଂସ୍କୃତି ଓ ଐତିହ୍ୟକୁ ଜାତୀୟସ୍ତରରେ ପ୍ରତିନିଧିତ୍ୱ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ଓଡ଼ିଶାର ପ୍ରତିଭାବାନ ଶିକ୍ଷକ,ଶିକ୍ଷୟିତ୍ରୀ ଯିଏ କି ଆମ ଏରସମା ମାଟି କଳା ର ମାଟି ପାଇଁ ଗର୍ବ, ନୂଆଦିଲ୍ଲୀସ୍ଥିତ Centre for Cultural Resources and Training (CCRT) ଠାରେ ଆୟୋଜିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଶୁଭଶ୍ରୀ ମଲ୍ଲିକ, ସନ୍ତୋଷ କୁମାର ମହାନ୍ତି, ସତ୍ୟବ୍ରତ ତରାଇ, ମଳୟ ଦେବଦତ୍ତ , ପ୍ରଜ୍ଞା ବିଶ୍ୱଜିତା ବାରିକ , ଶେଷ ପ୍ରକାଶ ସେଠୀ, ପୁଷ୍ପଲତା ସାହୁ, ଦେବଜାନୀ ପରିଡ଼ା, ପ୍ରଜ୍ଞା ପରମିତା ସାହୁ, ଓ ଚିନ୍ମୟୀ ଆଚରୟ ଓଡ଼ିଶାର ସ୍ୱତନ୍ତ୍ର ସାଂସ୍କୃତିକ ପରିଚୟ ଓ ଐତିହ୍ୟକୁ ଉପସ୍ଥାପନ କରିଛନ୍ତି। ଓଡ଼ିଶାର ଓଡ଼ିଶୀ ନୃତ୍ୟ, ଲୋକକଳା, ଲୋକପରମ୍ପରା, ହସ୍ତଶିଳ୍ପ, ପର୍ବପର୍ବାଣୀ, ଐତିହାସିକ ସ୍ଥାପତ୍ୟ ଓ ସାଂସ୍କୃତିକ ବିବିଧତା ସମ୍ପର୍କରେ ଉପସ୍ଥାପନ କରି ସେମାନେ ଓଡ଼ିଶାର ଗୌରବମୟ ପରମ୍ପରାକୁ ଅନ୍ୟ ରାଜ୍ୟର ପ୍ରତିନିଧିମାନଙ୍କ ନିକଟରେ ପହଞ୍ଚାଇଛନ୍ତି। CCRT ପରି ଜାତୀୟ ମଞ୍ଚରେ ଓଡ଼ିଶାର ସଂସ୍କୃତି ଓ ଐତିହ୍ୟକୁ ଉପସ୍ଥାପନ କରିବା କେବଳ ବ୍ୟକ୍ତିଗତ ସଫଳତା ନୁହେଁ, ବରଂ ସମଗ୍ର ଓଡ଼ିଶା ପାଇଁ ଏକ ଗର୍ବର ବିଷୟ। ଏହି ପ୍ରୟାସ ମାଧ୍ୟମରେ ଓଡ଼ିଶାର ଅସୀମ ସାଂସ୍କୃତିକ ସମ୍ପଦକୁ ଜାତୀୟ ସ୍ତରରେ ପରିଚିତ କରାଇବା ସହିତ ଆଗାମୀ ପିଢ଼ି ମଧ୍ୟରେ ନିଜ ଐତିହ୍ୟ ପ୍ରତି ଗର୍ବ ଓ ସୁରକ୍ଷାର ଭାବନା ସୃଷ୍ଟି କରିବାରେ ଏହା ଏକ ପ୍ରେରଣାଦାୟକ ପଦକ୍ଷେପ। “ଆମ ସଂସ୍କୃତି ଆମ ପରିଚୟ, ଆମ ଐତିହ୍ୟ ଆମ ଗର୍ବ।” ଓଡ଼ିଶାର ମାଟି, କଳା ଓ ପରମ୍ପରାର ଗୌରବକୁ ଦିଲ୍ଲୀର ଜାତୀୟ ମଞ୍ଚରେ ପହଞ୍ଚାଇଥିବା ଉଦ୍ୟମ ନିଶ୍ଚିତ ଭାବେ ଅନ୍ୟମାନଙ୍କ ପାଇଁ ପ୍ରେରଣା।
5