ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କୁଜଙ୍ଗରେ ‘ପ୍ରଣାମ ପ୍ରଣବ’ ଶ୍ରଦ୍ଧାଞ୍ଜଳି ଓ ସଙ୍ଗୀତାଞ୍ଜଳି ସଭା

କୁଜଙ୍ଗ, 30/08/2026, ଉତ୍କଳ voice news - utkalvoicenews.com( କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
Article Image
ଜଗତସିଂହପୁର ଜିଲ୍ଲା କୁଜଙ୍ଗ କଳାକାର ସଂଘ ପକ୍ଷରୁ କୁଜଙ୍ଗ ସୂଚନା ଭବନଠାରେ ବିଶିଷ୍ଟ କଣ୍ଠଶିଳ୍ପୀ ସ୍ୱର୍ଗତ ପ୍ରଣବ ପଟ୍ଟନାୟକଙ୍କ ସ୍ମୃତିରେ ‘ପ୍ରଣାମ ପ୍ରଣବ’ ଶ୍ରଦ୍ଧାଞ୍ଜଳି ଓ ସଙ୍ଗୀତାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି।
Article Image
ସଂଘର ସଭାପତି ଜିତେନ୍ଦ୍ରିୟ ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଉପସଭାପତି ବଳଦେବ ମହାପାତ୍ର ଓ ରୋହିତ ପାତ୍ର, ସମ୍ପାଦକ ପ୍ରଦୀପ ତରାଇ, କୋଷାଧ୍ୟକ୍ଷ ସଞ୍ଜୟ ଓଝା, ମୁଖ୍ୟ ଉପଦେଷ୍ଟା ଜୀବନାନନ୍ଦ ଅଧିକାରୀ, କବି ଗୀତା ଦାସଙ୍କ ସମେତ ବହୁ ସଙ୍ଗୀତପ୍ରେମୀ ଯୋଗଦେଇ ସ୍ୱର୍ଗତ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
Article Image
ବକ୍ତାମାନେ ପ୍ରଣବ ପଟ୍ଟନାୟକଙ୍କ ସଙ୍ଗୀତ ଜୀବନ ଓ ଓଡ଼ିଆ ସଙ୍ଗୀତ ଜଗତକୁ ତାଙ୍କ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରାୟ ୨୦୦ଟି ଓଡ଼ିଆ ଚଳଚ୍ଚିତ୍ରରେ କଣ୍ଠଦାନ କରିବା ସହ ଅନେକ ଭଜନ ଓ ଲୋକପ୍ରିୟ ଗୀତ ଗାଇ ସେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ତାଙ୍କ ବିୟୋଗ ଓଡ଼ିଆ ସଙ୍ଗୀତ ଜଗତ ପାଇଁ ଅପୂରଣୀୟ କ୍ଷତି ବୋଲି ବକ୍ତାମାନେ ମତପ୍ରକାଶ କରିଥିଲେ।
Article Image
ଏହି ଅବସରରେ କୁଜଙ୍ଗ କଳାକାର ସଂଘର କଣ୍ଠଶିଳ୍ପୀ ତପସ୍ୱିନୀ ମହାନ୍ତି, ଚିନ୍ମୟୀ ବାରିକ ଓ ରୋହିତ ପାତ୍ର ପ୍ରଣବ ପଟ୍ଟନାୟକଙ୍କ ଲୋକପ୍ରିୟ ଗୀତ ପରିବେଷଣ କରି ସଙ୍ଗୀତାଞ୍ଜଳି ଅର୍ପଣ କରିଥିଲେ।
Article Image
କାର୍ଯ୍ୟକ୍ରମରେ କବି ପିତାମ୍ବର ତରାଇ ମୁଖ୍ୟ ଅତିଥି, ଡ. ଗଙ୍ଗାଧର ସାମଲ ଓ ବିଚିତ୍ରାନନ୍ଦ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ରଘୁନାଥ ସାହୁ, ଜିତେନ୍ଦ୍ରିୟ ରାଉତ ଓ ସଞ୍ଜୟ ଓଝା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ବହୁ ସଂଖ୍ୟକ ସଙ୍ଗୀତପ୍ରେମୀ ଉପସ୍ଥିତ ରହି ସଙ୍ଗୀତାଞ୍ଜଳି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ।
5