ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମା' ବୁଢ଼ୀ ଜାଗୁଳେଇ ମନ୍ଦିର ପ୍ରାଙ୍ଗଣରେ ଆଧ୍ୟାତ୍ମିକ ପରିବେଶ, ଭାଗବତ ପାଠ ଓ ସତସଙ୍ଗ

ରଘୁନାଥପୁର, 31/08/2026, ଉତ୍କଳ voice news - utkalvoicenews.com(ଜଗତସିଂହପୁରରୁ ରୀତା ସାହୁଙ୍କ ରିପୋର୍ଟ) :
Article Image
ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ କନ୍ଦରାପଟି ଗ୍ରାମସ୍ଥିତ ମା' ବୁଢ଼ୀ ଜାଗୁଳେଇ ମନ୍ଦିର ପ୍ରାଙ୍ଗଣରେ ଶ୍ରୀମଦ ଭାଗବତ ଗୀତା ପାଠ ଓ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ସତସଙ୍ଗ କାର୍ଯ୍ୟକ୍ରମ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି।
Article Image
ଏହି ଅବସରରେ ଗୀତ ବିଦ୍ୟାଳୟର ମୁଖ୍ୟ ପ୍ରତିଷ୍ଠାତା ଗଦାଧର ମହାରଣାଙ୍କ ସହ ବ୍ରଜକିଶୋର ମହାନ୍ତି, ଆଚାର୍ଯ୍ୟ ଶ୍ରୀନିବାସ, ମଧୁସ୍ମିତା ପ୍ରଧାନ, ସଂଗ୍ରାମ କେଶରୀ ନାୟକ, ନିତ୍ୟାନନ୍ଦ ସ୍ୱାଇଁ, ପ୍ରକାଶ କୁମାର ମୁଦୁଲି, କାଶୀନାଥ ସାହୁ, ସୁଶାନ୍ତ ନାୟକ ଓ ଦେବାଶିଷ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ସତସଙ୍ଗ କାର୍ଯ୍ୟକ୍ରମରେ ବିରେନ କୁମାର ରାଉତ ଓ ନିର୍ମଳ କୁମାର ଜେନା ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ଜୀବନାଦର୍ଶ, ମାନବ ସେବା ଓ ଆଦର୍ଶ ଜୀବନଯାପନ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।
Article Image
ଅନ୍ୟମାନଙ୍କ ମଧ୍ୟରେ ଅରବିନ୍ଦ ନାୟକ, ଅଭୟ ସାହୁ, ବସନ୍ତ ବେହେରା, ଶ୍ରୀପତି ଦାସ, ଅଶୋକ ବେହେରା, ସୁମିତ୍ରା ସାହୁ, ଉର୍ମିଳା ବେହେରା ଓ ସୌଦାମିନୀ ସାହୁ ପ୍ରମୁଖ ଉପସ୍ଥିତ ରହି ଭଜନ-କୀର୍ତ୍ତନ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଗ୍ରାମବାସୀ ବାମନ ଚରଣ ନାୟକ, ଦେବବ୍ରତ ନାୟକ, ନିର୍ମଳ ସାହୁ, ରାଜେନ୍ଦ୍ର ନାୟକ, ନିହାର ରଞ୍ଜନ ରାଉତରାୟ, ପ୍ରଶାନ୍ତ ରାଉତରାୟ, ସୁବ୍ରତ ନାୟକ, ଅଭୟ କୁମାର ସ୍ୱାଇଁ ଓ ବିପିନ ବିହାରୀ ନାୟକ ପ୍ରମୁଖ ସକ୍ରିୟ ସହଯୋଗ କରି କାର୍ଯ୍ୟକ୍ରମର ସଫଳ ପରିଚାଳନା କରିଥିଲେ। ଭକ୍ତମାନଙ୍କ ଉପସ୍ଥିତିରେ ସମଗ୍ର ପରିବେଶ ଭକ୍ତି ଓ ଆଧ୍ୟାତ୍ମିକତାରେ ଉଦ୍ବେଳିତ ହୋଇଉଠିଥିଲା।
24