ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଗୁପ୍ତେଶ୍ଵର ମହାଦେବ କମିଟି ପକ୍ଷରୁ ବାର୍ଷିକ ଉତ୍ସବ।

ଏରସମା, 28/02/2025, ଉତ୍କଳ voice news - utkalvoicenews.com
Article Image
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ଭୂତମୁଣ୍ଡାଇ ପଞ୍ଚାୟତ ସ୍ଥିତ ଜୟ ଜଗନ୍ନାଥ ତତ୍ତ୍ଵ ଆଶ୍ରମରେ ତୃତୀୟ ବାର୍ଷିକ ଯଜ୍ଞ ମହା ସମାରୋହରେ ପାଳିତ ହୋଇଯାଇଛି।ଘଣ୍ଟ,ଘଣ୍ଟା,ଝାଞ୍ଜ,ମୃଦଙ୍ଗ,କୀର୍ତ୍ତନ,ଶଙ୍ଖ,ହୁଳହୁଳୀ ଓ ହରିବୋଲ ଧ୍ୱନୀରେ ପ୍ରକମ୍ପିତ ହୋଇ ଉଠିଥିଲା ଭୂତମୁଣ୍ଡାଇ ଜୟ ଜଗନ୍ନାଥ ତତ୍ତ୍ଵ ଆଶ୍ରମରେ।ଏହି ଯଜ୍ଞ ମହୋତ୍ସବକୁ ଗୁପ୍ତେଶ୍ୱର ମହାଦେବ କମିଟି ପକ୍ଷରୁ ଆୟୋଜନ କରାଯାଇଥିବା ବେଳେ ଆୟୋଜିତ ଏହି ଯଜ୍ଞ ମହୋତ୍ସବରେ କର୍ତ୍ତା ଭାବେ ତପନ ନାୟକ ଓ କର୍ତ୍ତୀ ଭାବେ ଶସ୍ମିତା ନାୟକ ଯଜ୍ଞ ମଣ୍ଡପରେ ବସିଥିଲେ।ଏହି ଯଜ୍ଞତ୍ସବ ୪ଦିନ ବ୍ୟାପି ପାଳନ ହୋଇଥିଲା ଓ ଏହି ଯଜ୍ଞ ମହୋତ୍ସବରେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତମାନଙ୍କ ଭିଡ଼ ଲାଗି ରହିଥିବା ପରିଲକ୍ଷିତ ହୋଇଥିଲା।
Article Image
1