ଜଗତସିଂହପୁର, 01/09/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରୀତା ସାହୁ ) :
ପୋୖର ପରିଷଦ ପକ୍ଷରୁ ରୌପ୍ୟ ଜୟନ୍ତୀ ପାଳନ
ଜଗତସିଂହପୁର ପୌର ପରିଷଦ ପକ୍ଷରୁ ରୌପ୍ୟ ଜୟନ୍ତୀ ପାଳନ ଅବସରରେ ସ୍ବାୟତ ଶାସନ ଦିବସ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ କୋରେଇ ବିଧାୟକ ଆକାଶ ଦାସ ନାୟକ, ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ, ପୋୖରାଧକ୍ଷ। ଅର୍ଚ୍ଚନା ସିଂ, ପୋୖର ନିର୍ବାହୀ ଅଧିକାରୀ ସନ୍ଦୀପ ସିଂ, ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ, ପ୍ରମୁଖ ଯୋଗ ଦେଇ ପୌର ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ପତାକା ଉତ୍ତୋଳନ କରିବା ସହିତ ବିଭିନ୍ନ ୱାର୍ଡ ରେ ଉନ୍ନୟନ ମୂଳକ କାର୍ଯ୍ୟ ର ଉଦ୍ଘାଟନ କରିଥିଲେ । ପୋୖରାଞ୍ଚଳରେ ମୋ ଶୌଚାଳୟ, ମିଶନ ଶକ୍ତି ଗୃହ, ପାନୀୟ ଜଳ ପ୍ରକଳ୍ପ ଓ ଉଜ୍ଜ୍ବଳ ଆଲୋକୀକରଣ ର ଉଦଘାଟନ କରାଯାଇଥିଲା । ସ୍ୱାୟତ ଶାସନ ଦିବସ ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୌରାଧ୍ୟକ୍ଷା ଅର୍ଚ୍ଚନା ସିଂହଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସ୍ୱାୟତ ଶାସନ ଦିବସ ସମାରୋହରେ ଜଗତସିଂହପୁର ପୌରାଞ୍ଚଳ ସାରା ରାଜ୍ୟରେ ଏକ ଆଦର୍ଶ ପୌରାଞ୍ଚଳ ଭାବରେ ଗଢି ତୋଳିବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।