ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଦୁର୍ଗାପୂଜା ସଫଳ ଆୟୋଜନ ନେଇ କୁଜଙ୍ଗରେ ପୂଜା କମିଟିର ବୈଠକ

କୁଜଙ୍ଗ , 01/09/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
Article Image
ତା - ୩୦/୮ : ସାର୍ବଜନୀନ ଦୂର୍ଗା ପୂଜା ପାଇଁ ଏକ ପ୍ରସ୍ତୁତି ବୈଠକ କମିଟିର ବରିଷ୍ଠ ସଭ୍ଯ ତଥା ସମ୍ପାଦକ ରବୀନ୍ଦ୍ର ଦାସଙ୍କ ଅଧ୍ଯକ୍ଷତାରେ କୁଜଙ୍ଗ ସ୍ଥିତ ମଣ୍ଡପ ପରିସର ରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ଦୂର୍ଗା ପୂଜା କିପରି ଆକର୍ଷଣ ହେବାସହ ଶାନ୍ତି ଶ୍ରୁଂଖଳାରେ ଅନୁଷ୍ଠିତ ହେବ ସେଥିପାଇଁ ବିଶଦ ଭାବେ ଆଲୋଚନା କରାଯାଇ ଥିଲା। ଆସନ୍ତା ନନ୍ଦଉତ୍ସବ ଅବ ସରରେ ମାଙ୍କ ର ବିଗ୍ରହ ନିର୍ମାଣ ନିମନ୍ତେ ମହାନଦୀ ରୁ ମାଟି ଉଠାଣ ପାଇଁ ଦିନ ବାର ସ୍ଥିର କରାଯାଇ ଥିଲା। ଏହି ବୈଠକରେ ବରିଷ୍ଠ ସଭ୍ଯ ଭ୍ରମରବର ପରିଡ଼ା,ରବୀନ୍ଦ୍ର ନାଥ, ସହ ସମ୍ପାଦକ ବିଚିତ୍ରାନନ୍ଦ ପ୍ରଧାନ, କୋଷାଧ୍ୟକ୍ଷ ଦିଲ୍ଲୀପ ଦାସ, ଆଜିବନ ସଭ୍ୟ ତୀର୍ଥ ସାରଥି ମହାନ୍ତି, ଚରଣ ସାହୁ, ବିପିନ ମହାରଣା, ଅକ୍ଷୟ ବିଶ୍ବାଳ,ପ ଙ୍କଜ ପରିଡା,ଫକିର ଅଧିକାରୀ ଙ୍କ ସମେତ ସମସ୍ତ ସଭ୍ଯ ଉପସ୍ଥିତ ରହି ନିଜ ନିଜ ମତ ରଖିଥିଲେ
22