ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମା'ବ୍ରାହ୍ମଣୀ ନଦୀରେ ପ୍ରସ୍ତାବିତ ଟନେଲ ପାଇଁ ୧୫୫୦ କୋଟି, ଜିଲ୍ଲାପାଳଙ୍କୁ ଭେଟି ତଥ୍ୟ ମାଗିଲା ଆପ୍

ଢେଙ୍କାନାଳ, 02/09/2026, ଉତ୍କଳ voice news - utkalvoicenews.com( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :
Article Image
ମା'ବ୍ରାହ୍ମଣୀ ନଦୀରେ ପ୍ରସ୍ତାବିତ ଟନେଲ ପାଇଁ ରାଜ୍ୟ ସରକାର ୧୫୫୦ କୋଟି ପ୍ରଦାନ କରିଛନ୍ତି। ରାଜ୍ୟ ସଂଗଠନ ସମ୍ପାଦକ ଭରତ କୁମାର ଦାସଙ୍କ ନେତୃତ୍ୱରେ ଆମ୍ ଆଦମୀ ପାର୍ଟିର ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରିଥିଲେ। ଏସମ୍ପର୍କରେ ଜିଲ୍ଲାପାଳ ଜାଣିନାହାନ୍ତି ଏବଂ ସାତ ଦିନ ଭିତରେ ତଥ୍ୟ ସଂଗ୍ରହ କରି ଆପ୍ କୁ ପ୍ରଦାନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି। ପ୍ରକାଶ ଥାଉକି ପୂର୍ବରୁ ଧାମରା ବନ୍ଦରକୁ ବିଜେପି ସରକାର ଗୌତମ ଅଦାନିଙ୍କୁ ବିକ୍ରି କରି ସାରିଛନ୍ତି ଏବଂ ରାଜ୍ୟରେ ବିଜେପି ସରକାର ଆସିବା କ୍ଷଣି ମା'ବ୍ରାହ୍ମଣୀ ନଦୀରେ କଂକ୍ରିଟ ଟନେଲ ତିଆରି କରିବାପାଇଁ ୧୫୫୦ କୋଟି ଟଙ୍କା ଅନୁଦାନ ଦେଇଛନ୍ତି, କେଉଁ ସ୍ୱାର୍ଥରେ? ଏଠି ପ୍ରଶ୍ନ ଉଠୁଛି ଯେ ଆଦାନୀ ବନ୍ଦର ଏବଂ ବ୍ୟବସାୟ ପାଇଁ ସାଧାରଣ ଜନତାଙ୍କ ଟ୍ୟାକ୍ସରୁ ଏତେ ଟଙ୍କା ଦିଆଗଲା କାହିଁକି? ଏବେ କେନ୍ଦ୍ରର ବିଜେପି ସରକାର ଖଣି ଆଇନକୁ ପରିବର୍ତ୍ତନ କରି ରାଜ୍ୟର ସମସ୍ତ ଖଣି ଖାଦାନକୁ ନିଜ କ୍ଷମତାକୁ ମଧ୍ୟ ନେଇଗଲେଣି। ଧୀରେ ଧୀରେ ଦେଶର ସମ୍ପତ୍ତିକୁ ଏ ବିଜେପି ସରକାର ବିକ୍ରି କରିବାରେ ସଫଳ। ଏହି ପରିପ୍ରେକ୍ଷୀରେ ଢେଙ୍କାନାଳବାସୀଙ୍କ ମନରେ କେତେକ ପ୍ରଶ୍ନ? ପ୍ରଥମତଃ, ବ୍ରାହ୍ମଣୀ ନଦୀରେ ହେବାକୁଥିବା କଂକ୍ରିଟ ଟନେଲ ଭିତରେ କେବଳ ମାଲବୁହା ଜାହାଜ ଦ୍ଵାରା ଖଣିଜ ସମ୍ପଦ ପରିବହନ ହେବ ନା ଦୁଇ କୂଳରେ ଜେଟି/ଘାଟ ତିଆରି କରାଯାଇ ସାଧାରଣ ଲୋକଙ୍କ ପାଇଁ ଯାତାୟାତର ସୁବିଧା କରାଯିବ। ଦ୍ଵିତୀୟତଃ, କେବଳ ଉକ୍ତ ସିମେଣ୍ଟ ଟନେଲରେ ପାଣି ଛଡ଼ା ଯିବ ନା ଯେମିତି ପାଣି ଚାଲୁଛି ସେହିପରି ଚାଲିବ? ଉକ୍ତ କଂକ୍ରିଟ ଟନେଲ ଦେଇ ପାଣି ଛଡ଼ା ଗଲେ ନଦୀର ଦୁଇ ପାର୍ଶ୍ୱ ଶୁଖିଯିବ। ଫଳରେ ନଦୀକୂଳ ଚାଷୀମାନେ କୃଷିରୁ ବଞ୍ଚିତ ହେବେ ଏବଂ ସାଧାରଣ ଲୋକମାନେ ପିଇବା ପାଣିରୁ ବଞ୍ଚିତ ହେବେ। ମା'ବ୍ରାହ୍ମଣୀ ନଦୀରେ ହେବାକୁ ଥିବା ଟନେଲ ସମ୍ପର୍କରେ ସବିଶେଷ ତଥ୍ୟ ସାଧାରଣରେ ପରିପ୍ରକାଶ କରି ଜନସାଧାରଣଙ୍କ ମନରେ ଉଠିଥିବା ପ୍ରଶ୍ନର ସମାଧାନ କରିବାପାଇଁ ଦଳ ପକ୍ଷରୁ ଅନୁରୋଧ କରାଯାଇଛି । ଯଦି ଏହି ପ୍ରଶ୍ନ ଗୁଡିକର ସମାଧାନ ୭ ଦିନ ମଧ୍ୟରେ ନ ହୁଏ ତେବେ ଆମ୍ ଆଦମୀ ପାର୍ଟି ବାଧ୍ୟ ହୋଇ ସାଧାରଣ ଲୋକମାନଙ୍କୁ ସଚେତନ କରି ଆନ୍ଦୋଳନକୁ ଓହ୍ଲାଇବ ବୋଲି ଜିଲ୍ଲା ସଭାପତି ପଙ୍କଜ ନାୟକ, ଉପସଭାପତି ପ୍ରସନ୍ନ ବରାଳ, ନଗର ଉପସଭାପତି ବିଜୟ କୁମାର ଦାସ, ବରିଷ୍ଠ ନେତା ଜୟନ୍ତ ଦାସ, ଯୁଧିଷ୍ଠିର ଦାସ, ଗୋବିନ୍ଦ ସାହୁ, ଚିନ୍ମୟ ସେନାପତି ପ୍ରମୁଖ ଚେତାବନୀ ଦେଇଛନ୍ତି।
15