ବୁଗୁଡ଼ା, 02/09/2026, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :

ସନ୍ଥ ଶିରୋମଣି ଗୁରୁ ଶ୍ରୀ ରବୀଦାସଙ୍କ ୬୫୦ତମ ଜନ୍ମ ଜୟନ୍ତୀ ବର୍ଷ ଉପଲକ୍ଷେ ସାମାଜିକ ସମରସତା, ଭ୍ରାତୃତ୍ୱ ଓ ସମାନତାର ବାର୍ତ୍ତା ପ୍ରଚାର ଉଦ୍ଦେଶ୍ୟରେ "ସମରସ ସଂକଳ୍ପ ଅଭିଯାନ" ଓ "କଳସ ବନ୍ଦନ ଅଭିଯାନ" ଆୟୋଜିତ ହୋଇଯାଇଛି।ଏହି ଅବସରରେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ କରଚୁଲି ଠାରେ ଘୁମୁସର ଭଞ୍ଜନଗର ସାଂଗଠାନିକ ଜିଲ୍ଲା ସ୍ତରୀୟ "କଳସ ବନ୍ଦନ ଅଭିଯାନ" ଅନୁଷ୍ଠିତ ହୋଇଥିଲା। ଘୁମୁସର ଭଞ୍ଜନଗର ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ଗନ୍ଧମାର୍ଦନ ସେଠୀଙ୍କ ଆବାହନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ବାଇଧର ମଲ୍ଲିକ, ଆସିକା ସାଂସଦ ଅନିତା ସୁଭଦର୍ଶିନୀ ପଟ୍ଟନାୟକ, କରଚୁଲି ବ୍ୟାଘ୍ରମ୍ବରୀ ମଠାଧୀଶ ସତ୍ୟାନନ୍ଦ ଗିରୀ ମହାରାଜ, କରଚୁଲି ମଣ୍ଡଳ ସଭାପତି ସୁନୀଲ ପ୍ରଧାନ, ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚା ସାଧାରଣ ସମ୍ପାଦକ ବିକାଶ ରଞ୍ଜନ ବେହେରା, କୋଷାଧ୍ୟକ୍ଷ ବାବାଜୀ ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଗୁରୁ ରବୀଦାସଙ୍କ ଜୀବନାଦର୍ଶ ଓ ସାମାଜିକ ସଦ୍ଭାବ ଉପରେ ଆଲୋଚନା କରିଥିଲେ।ଏହି ଅବସରରେ ଗୁରୁ ଶ୍ରୀ ରବୀଦାସଙ୍କ ଜନ୍ମଭୂମିରୁ ଆସିଥିବା ପବିତ୍ର ମାଟି ଭର୍ତ୍ତି କଳସକୁ ସମସ୍ତ ମଣ୍ଡଳ ସଭାପତିମାନଙ୍କୁ ବଣ୍ଟନ କରାଯାଇଥିଲା।କାର୍ଯ୍ୟକ୍ରମରେ ବହୁ ସାଧୁସନ୍ଥଙ୍କ ସମେତ କରଚୁଲି ମଣ୍ଡଳ ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ଶ୍ରୀନିବାସ ନାଇକ, ବୁଗୁଡ଼ା ନଗର ମଣ୍ଡଳ ସଭାପତି ମିଟୁ ସେଠୀ, ମୁଜାଗଡ଼ ମଣ୍ଡଳ ସଭାପତି ଶ୍ରୀନିବାସ ବେହେରା ଓ ସ୍ଥାନୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

