ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ହାତକଡ଼ି ପିନ୍ଧି କଂଗ୍ରେସର ଅଭିନବ ପ୍ରତିବାଦ

ଜଗତସିଂହପୁର, 02/09/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରୀତା ସାହୁ ଙ୍କ ରିପୋର୍ଟ ) :
Article Image
ଉତ୍ତରାଖଣ୍ଡର ହିଲଦ୍ବାନି ଠାରେ ଅଖିଳ ଭାରତୀୟ କଂଗ୍ରେସ କମିଟିର ସଭାପତି ମଲ୍ଲିକାର୍ଜୁନ ଖଡଗେ ଏବଂ ତାଙ୍କ ଜାତି କୁ ଆକ୍ଷେପ କରି କରାଯାଇଥିବା ଅପମାନ ରେ ସଂସ୍ଲିଷ୍ଟ ଥିବା ବ୍ୟକ୍ତି ମାନଙ୍କୁ ତୁରନ୍ତ ଗିରଫ କରିବା ଓ ଲୋକସଭା ବିରୋଧି ଦଳ ନେତା ରାହୁଲ ଗାନ୍ଧୀ ଙ୍କ ବିରୋଧରେ ଓଲଟା ରୁଜୁ ହୋଇଥିବ ମିଥ୍ୟା ମକଦମା କୁ ପ୍ରତିବାଦ କରି ଆଜି ଜଗତସିଂହପୁର ଜିଲ୍ଲା କଂଗ୍ରେସ କମିଟି ସଭାପତି ଦେବ ପ୍ରସାଦ ନାୟକ ଙ୍କ ନେତୃତ୍ବରେ ଶତାଧିକ କଂଗ୍ରେସ କର୍ମୀ ମାନେ ଏକ ଅଭିନବ ଉପାୟରେ ହାତ ରେ ପ୍ରତିକାତ୍ମକ ହ୍ୟାଣ୍ଡକପ ଏବଂ ବେକରେ *ଯଦି ରାହୁଲ ଗାନ୍ଧୀ କୁଂ ଗିରଫ କରିବ ତେବେ ଆମକୁ ବି ଗରିଫ କର* ଜର୍ସି ପକାଇ ଟାଉନ ହଲ ଛକ ଠାରୁ ଶୋଭାଯାତ୍ରା ରେ ବାହାରି ଆରକ୍ଷୀ ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
Article Image
ପାରାଦ୍ବୀପ କଂଗ୍ରେସ ନେତା ନିରଞ୍ଜନ ନାୟକ , ଜିଲ୍ଲା କଂଗ୍ରେସ ଉପସଭାପତି ପ୍ରଶାନ୍ତ ଦାସ , ମହମ୍ମଦ ଅବଦୁଲ ଓ୍ବାହିଦ , ଅଶ୍ବିନୀ ସ୍ବାଇଁ , ସାଧାରଣ ସମ୍ପାଦକ ବିଦ୍ଯାଧର ବାରିକ , ଶୁଭ ନାରାୟଣ ନାୟକ , ଧନଞ୍ଜୟ ସୂତାର , ଆର୍ତ୍ତବନ୍ଧୁ ବିଶ୍ବାଳ , ସମ୍ପାଦକ ବୃନ୍ଦାବନ ପ୍ରଧାନ , ଦିଲ୍ଲୀପ ମାହାର , ମନମୋହନ ଗୋଚ୍ଛାୟତ , ଜିତୁ ନାରାୟଣ ସାହୁ , ସୌଭାଗ୍ଯ ରଞ୍ଜନ ବିଶ୍ବାଳ , ଜିଲ୍ଲା କଂଗ୍ରେସ ମୁଖପାତ୍ର ଅଭିଜିତ ସାହୁ,
Article Image
ବାଲିକୁଦା ବ୍ଲକ କଂଗ୍ରେସ କମିଟି ସଭାପତି ମହନି ଚରଣ ରାଉତ, ରଘୁନାଥପୁର ବ୍ଲକ କଂଗ୍ରେସ କମିଟି ସଭାପତି ଆର୍ତ୍ତତ୍ରାଣ ପଣ୍ଡା, ତିର୍ତ୍ତୋଲ ବ୍ଲକ କଂଗ୍ରେସ କମିଟି ସଭାପତି ସଫି ଆଜମ, ଜଗତସିଂହପୁର ନଗର କଂଗ୍ରେସ ସଭାପତି ପ୍ରଶାନ୍ତ କୁମାର ମହାପାତ୍ର, ପାରାଦୀପ ନଗର କଂଗ୍ରେସ କମିଟି ସଭାପତି କେଦାରନାଥ ବିଶ୍ବାଳ , ଜଗତିସଂହପୁର ବ୍ଲକ କଂଗ୍ରେସ ସଭାପତି ଜ୍ଞାନ ରଜଂନ ପୃଷ୍ଟି , ଅନୁସୂଚିତ ଜାତି ସଭାପତି ଲକ୍ଷ୍ମୀଧର ମଲ୍ଲିକ , ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରିତମ ପରିଜା , ସତ୍ଯବ୍ରତ ଦାସ , , ନିହାର ଦାସ , ନାରାୟନ ନାୟକ , ପ୍ରଦୀପ୍ତ ଦାସ , ଡଃ ଜଗଦାନନ୍ଦ , ହିଫଜୁର ରେହମନ , ରଜଂନ କୁମାର ମହାପାତ୍ର , ପ୍ରଦ୍ଯୁମ୍ନ କିଶୋର ଚୟନୀ , ବିକ୍ରମ ଦାସ , ଜିତେନ୍ଦ୍ର ମହାନ୍ତି , ରଞ୍ଜନ ସାହୁ , ବିଭୁ ରଞ୍ଜନ ସ୍ବାଇଁ , ସାରଦା ଜେନା , ଦେବ ପ୍ରସାଦ ମହାପାତ୍ର , ସେକ୍ ୟୁସୁଫ , ଦୋଳ ଗୋବିନ୍ଦ ପଟ୍ଟନାୟକ , ରାଜେନ୍ଦ୍ର ସ୍ବାଇଁ, ହିଫିଜୁର ରହେମାନ , ଶାୟତ ନୂର ଇଲାହୀ, ରବି ସ୍ଵାଇଁ, ସୂର୍ଯ୍ୟକାନ୍ତ ନାୟକ , ମହମ୍ମଦ ଇସମାଇଲି , ଅନନ୍ତ ଚରଣ ପୃଷ୍ଟି , ମଙ୍ଗଳା ମହାନ୍ତି , ସୁରଜ କାନ୍ତ ଦାସ , ମଣ୍ଟୁ ସ୍ବାଇଁ , ଅମରେନ୍ଦ୍ର ମହାନ୍ତି, ଲକ୍ଷ୍ମୀଧର ସ୍ଵାଇଁ, ତ୍ରିଲୋଚନ ଦାଶ, ରାହୁଲ ମଲ୍ଲିକ,ସୌଭାଗ୍ୟ ଦାସ ପ୍ରତ୍ଯୁଷ ନାୟକ, ସାଇ ପ୍ରଭଜଂନ ମହାପାତ୍ର , ସୁଶୀଲ ଦାଶ , କାର୍ତ୍ତିକ ଓଝା , ରାକେଶ ସ୍ବାଇଁ , ଶୁଭାଷିଶ ସ୍ବାଇଁ , ପ୍ଯାରେଶ ପାତ୍ର , କଂ ସମେତ ଶତାଧିକ କଂଗ୍ରେସ କର୍ମୀ ଯୋଗଦେଇଥିଲେ ।
13