ବିଜୟ ଚନ୍ଦ୍ରପୁର, 02/03/2025, ଉତ୍କଳ voice news - utkalvoicenews.com
ଜଗତସିଂହପୁର ଜିଲ୍ଲା, କୁଜଙ୍ଗ ବ୍ଲକ୍, ନୂଆଗଡ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିଜୟ ଚନ୍ଦ୍ରପୁର ଗ୍ରାମରେ ରେ ସ୍ଵାମୀ ବିବେକାନନ୍ଦ ୟୁଥ୍ କ୍ଲବ୍ ଆନୁକୂଲ୍ୟରେ ପଞ୍ଚମ ବାର୍ଷିକ ସେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଟିତ ହୋଇଯାଇଛି l ଉକ୍ତ ରକ୍ତ ଦାନ ଶିବିର ରେ

୬୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା l ଉକ୍ତ ଶିବିର ରେ ମୁଖ୍ୟ ଅତିଥି ଭାବେ ବରିଷ୍ଟ ଆଇନଜୀବୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା ଯୋଗଦେଇ ଶିବିର କୁ ଉଦ୍ଘଟାନ କରିଥଲେ l ସମ୍ମାନିତ ଅତିଥି ଭାବେ ସମାଜସେବୀ ଚନ୍ଦ୍ର ଶେଖର ଚୌଧୁରୀ, ଦେବ ଦୁର୍ଲ୍ଲଭ କର ଯୋଗ ଦେଇ ସ୍ଵାମୀ ବିବେକାନନ୍ଦ ୟୁଥ୍ କ୍ଲବ୍ ର କର୍ମକର୍ତ୍ତା ଓ ସଭ୍ୟ/ସଭ୍ୟା ଙ୍କ ଏପରି ଯୁଗାନ୍ତକାରି ପଦକ୍ଷେପକୁ ପ୍ରଶଂସା କରିଥିଲେ l ପାରାଦୀପ ଅଂଚଳରେ ବ୍ୟାପକ ଜଳ, ସ୍ଥଳ ଓ ଆକାଶ ପଥ ପଦୂର୍ଷଣ ସହିତ ପ୍ରତିଦିନ ସଡ଼କ ଦୁର୍ଘଟଣା ଘଟି ଅନେକ ମୃତାହାତ ହେଉଛନ୍ତି l ଏଥିପାଇଁ ରକ୍ତ ର ଆବଶ୍ୟକତା ରହିଛି l ଯେଉଁ ମାନେ ରକ୍ତ ଦାନ କରିବେ ସେମାନଙ୍କୁ ରେଡ୍ କ୍ରସ୍ ତରଫରୁ ଏକ ବ୍ଲଡ ଡୋନେସନ ସାର୍ଟିଫିକେଟ ପ୍ରଦାନ କରାଯିବ ଓ ଭବିଷ୍ୟତ ରେ ଆବଶ୍ୟକ ସ୍ଥଳେ ରକ୍ତ ଭଣ୍ଡାର ରୁ ସେମାନଙ୍କୁ ଓ ତାଙ୍କ ପରିବାର ର ସଦସ୍ୟ ଙ୍କୁ ଦ୍ଵିଗୁଣତ ରକ୍ତ ବିନା ମୂଲ୍ୟରେ ମିଳି ପାରିବ ବୋଲି ଶ୍ରୀଯୁକ୍ତ ବେହେରା ପ୍ରକାଶ କରିଥଲେ l ଉକ୍ତ ରକ୍ତ ଦାନ ଶିବିର କୁ ସ୍ଵାମୀ ବିବେକାନନ୍ଦ ୟୁଥ୍ କ୍ଲବ୍ ର ସଭାପତି ଶ୍ରୀ ଜଗନ୍ନାଥ ହାଲଦାର ଓ କ୍ଲବ୍ ର ସଦସ୍ୟ ମାନେ ସଞ୍ଚାଳନ କରିଥିଲେ l