ଏରସମା, 02/09/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
ତା - ୧/୯/୨୦୨୬ ଉତ୍କଳ ଗୌରବ ମଧୁସୁଦନ ଦାସ ଙ୍କ ବିନା ଆମ ଓଡ଼ିଆ ଜାତି କୁ କଲ୍ପନା କରାଯାଇ ନ ପାରେ! ସେହି ମଧୁବାବୁ ଙ୍କ ଚିନ୍ତା ଧାରା କୁ ଦି ପାଦ ଆଗକୁ ବଢ଼ାଇବା ପାଇଁ ଆଜି ଜଗତସିଂହପୁର ଜିଲ୍ଲା ରେ ଏକ ବିପ୍ଳବୀକ ଅନୁଷ୍ଠାନ ଯାହା ର ନାମ "ଉତ୍କଳ ଗୌରବ ମଧୁସୂଦନ ବିଚାର ମଂଚ" ଏରସମାରେ ଗଢି ଉଠିଛି। ସର୍ବସମତି ଅନୁସାରେ ଏହାର ସଭାପତି ଶ୍ରୀଯୁକ୍ତ ବ୍ରଜ ମୋହନ ମହାପାତ୍ର, ସଂପ।ଦକ ଶ୍ରୀଯୁକ୍ତ ଅର୍ଜୁନ କୁମାର ମହାପାତ୍ର, କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ନିକୁଞ୍ଜ କିଶୋର ରାଉତ, ଉପସଭାପତି ଶ୍ରୀଯୁକ୍ତ ଆଶିଷ କୁମାର ବେହେରା, ଶ୍ରୀଯୁକ୍ତ ସରୋଜ କୁମାର ବେହେରା, ସହ ସମ୍ପାଦକ ଶ୍ରୀଯୁକ୍ତ ବୈଦ୍ୟନାଥ ସାହୁ, ସଂଗଠନ ସମ୍ପାଦକ ଶ୍ରୀଯୁକ୍ତ ଯଯାତି କେଶରୀ ସାମନ୍ତରାୟ ପ୍ରମୁଖଙ୍କୁ ନେଇ ନୂତନ ସଂଗଠନ ଜନ୍ମ ନେଇଛି। ମଧୁ ବାବୁ ଙ୍କ ବିଚାର ଧାର କୁ ନେଇ ମଧୁବାବୁ ଙ୍କ ସୋପ୍ନର ଓଡ଼ିଶା ତିଆରି କରିବା ପାଇଁ ଆଗଭର ହୋଇଛନ୍ତି।ଉପଦେଷ୍ଟା ପଣ୍ଡିତ ନାଗୁଚରଣ ଦେବତା, ଡ଼ଃ ବସନ୍ତ ମଞ୍ଜରୀ ଦାସ, ମହେଶ୍ୱର ସ୍ୱାଇଁ, ଅରୂପାନନ୍ଦ ସ୍ୱାଇଁ ଓ ହୃଷିକେଶ ଜେନା ପ୍ରମୁଖ ମନନିତ ହୋଇଛନ୍ତି।