ଯାଜପୁର, 03/09/2026, ଉତ୍କଳ voice news - utkalvoicenews.com( ଉମାକାନ୍ତ ବେହେରା ଙ୍କ ରିପୋର୍ଟ ) :

୨/୦୯/୨୦୨୬ ଜଣସାଧାରଣ ଙ୍କ ଅଭିଯୋଗର ତ୍ଵରିତ ସମାଧାନ ତଥା ସେମାନଙ୍କ ନିକଟରେ ପ୍ରାଶାସନିକ ସେବା ପହଞ୍ଚାଇବା ଉଦ୍ଦେଶ୍ୟରେ ଯାଜପୁର ଜିଲ୍ଲାର ବିଭିନ୍ନ ବ୍ଲକ୍ ରେ ଜିଲାପାଳ ଓ ଏସ ପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ କାର୍ଯକ୍ରମ ଅନୁଷ୍ଟିତ ହୋଇଥାଏ। ଏହି କାର୍ଯ୍ୟକ୍ରମରେ ଜନସାଧାରଣ ମାନେ ନିଜର ବ୍ୟକ୍ତିଗତ ଓ ସାମୂହିକ ଅଭିଯୋଗ ଉପସ୍ଥାପନ କରି ନିୟମାନୁଯାୟୀ ଆବଶ୍ୟକ ପଦକ୍ଷେପ ଓ ତ୍ଵରିତ ସମାଧାନ ପାଇଁ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆ ଯାଇଥାଏ। ଏହି ଅବସରରେ ଆଜି ବଡଚଣା ବ୍ଳକ ଦକ୍ଷତା ବିକାଶ ସଭା ଗୃହ ଠାରେ ଯାଜପୁର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଥିଲା।ଏଥିରେ ୬୨ଟି ଅଭିଯୋଗ ପଞ୍ଜୀକୃତ ହୋଇଥଲା। ସେଥିମଧ୍ୟରୁ ବ୍ୟକ୍ତିଗତ ୩୦ଟି, ସାମୂହିକ ୨ଟି ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ୩୦ ଟି ଅଭିଯୋଗ ଆସିଥିଲା। ସେଥି ମଧ୍ୟରୁ ୭୩ ହଜାର ଟଙ୍କା ଯୋଗ୍ୟ ହିତାଧୀକାରୀ ମାନଙ୍କୁ ପ୍ରଦାନ କରାଯିବା ପାଇଁ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା।ଏହି ଶିବିରରେ ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କର, ଏସ ଡି ପି ଓ, ସିତିକାନ୍ତ କାନୁନଗୋ, ଉପ ଜିଲ୍ଲାପାଳ ସାରସ୍ଵତ ସାହୁ, ଦର୍ପଣ ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ ସମେତ ବିଭିନ୍ନ ବିଭାଗର ପ୍ରାସାସନିକ ଅଧିକାରୀ ମାନେ ଉପସ୍ଥିତ ରହି ଜନ ଶୁଣାଣି ରେ ସହଯୋଗ କରିଥିଲେ।