ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା

ଯାଜପୁର, 03/09/2026, ଉତ୍କଳ voice news - utkalvoicenews.com( ଉମାକାନ୍ତ ବେହେରା ଙ୍କ ରିପୋର୍ଟ ) :
Article Image
୨/୦୦/୨୦୨୬ ବଡଚଣା ମହିଳା ମହାବିଦ୍ୟାଳୟ ବିଜ୍ଞାନ ବିଭାଗର ପ୍ରୟୋଗଶାଳା ସହାୟକ ଅକ୍ଷୟ କୁମାର ରାଉତଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅଧ୍ୟକ୍ଷା ପ୍ରଣତି ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି l ଓଡ଼ିଆ ବିଭାଗର ଅଧ୍ୟାପକ ଶୁଭ୍ରାଂଶୁ ଶେଖର ସାହୁ ପ୍ରାରମ୍ଭିକ ସୂଚନା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ l ମହାବିଦ୍ୟାଳୟର ପ୍ରତିଷ୍ଠାତା ନିର୍ମଳ ଚନ୍ଦ୍ର ସାମଲ ଅତିଥି ରୂପେ ଯୋଗଦେଇ ବିଦାୟୀ ରାଉତଙ୍କ ଅବଦାନ ସମ୍ପର୍କରେ ଆଲୋଚନା କରିବା ସଙ୍ଗେସଙ୍ଗେ ତାଙ୍କର ଦୀର୍ଘ ଓ ନିରାମୟ ଜୀବନ କାମନା କରିଥିଲେ l ମହାବିଦ୍ୟାଳୟ ପକ୍ଷରୁ ଉତ୍ତରୀୟ ଓ ପ୍ରଶସ୍ତି ପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା l ଅଧ୍ୟକ୍ଷା ଶ୍ରୀମତୀ ମହାନ୍ତି ତାଙ୍କ ଅଭିଭାଷଣରେ ଦୀର୍ଘ ତିରିଶ ବର୍ଷର ଅନୁଭୂତି ବର୍ଣ୍ଣନା କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପକ ତପନ ଦାଶ,ଅଧ୍ୟାପକ ସତ୍ୟଜିତ୍ ନାୟକ, ଅଧ୍ୟାପିକା ଦୀପ୍ତିମୟୀ ମିଶ୍ର, ସୁଲୋଚନା ବଳ, ରଞ୍ଜନ ଧଳ , ଅନୁସୂୟା ରାଉତ , ସନ୍ତୋଷ ପ୍ରଧାନ, ଭାସ୍କର ସାମଲ, ଅଜୟ ଦେବ ପ୍ରମୁଖ ଉପସ୍ଥିତ ରହି କଲେଜ ପରିଚାଳନା ଓ ଅଭାବ ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ l ପରିଶେଷରେ ରମେଶ ବଳ ଧନ୍ୟବାଦ ଅର୍ପଣ କରିଥିଲେ l
26