ଜଗତସିଂହପୁର, 03/09/2026, ଉତ୍କଳ voice news - utkalvoicenews.com( ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ ) : ୦୨/୦୯: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଭୁଜାଲିରେ ଆକ୍ରମଣ କରିବା ଅଭିଯୋଗରେ କୃଷ୍ଣାନନ୍ଦପୁର ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମିର୍ଜାପୁର ଗ୍ରାମର ପର୍ଶୁରାମ ରାଉତ (୨୩) ବୋଲି ଜଣାପଡ଼ିଛି। ମିର୍ଜାପୁର ଗ୍ରାମର ସୁରେଶ କୁମାର ରାଉତଙ୍କ ଲିଖିତ ଅଭିଯୋଗ ଆଧାରରେ କୃଷ୍ଣାନନ୍ଦପୁର ଥାନାରେ କେସ୍ ନଂ-୧୦୩, ତାରିଖ ୩୧.୦୮.୨୦୨୬ରେ ବିଏନଏସ୍ର ବିଭିନ୍ନ ଧାରାରେ ମାମଲା ରୁଜୁ ହୋଇଥିଲା।
ଅଭିଯୋଗ ଅନୁଯାୟୀ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପର୍ଶୁରାମ ଭୁଜାଲିରେ ସୁରେଶଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣରେ ସୁରେଶଙ୍କ ମୁହଁ ସମେତ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିବା ଜଣାପଡ଼ିଛି। ତଦନ୍ତ ବେଳେ ପୁଲିସ ଘଟଣାରେ ବ୍ୟବହୃତ ଭୁଜାଲିକୁ ଜବତ କରିଛି। ପୁଲିସ ୦୧.୦୯.୨୦୨୬ ସକାଳ ପ୍ରାୟ ୧୦ଟା ୩୦ମିନିଟ୍ରେ ପର୍ଶୁରାମ ରାଉତଙ୍କୁ ଗିରଫ କରିଥିଲା। ପରେ ଆବଶ୍ୟକ ଆଇନଗତ ପ୍ରକ୍ରିୟା ସମ୍ପନ୍ନ କରି ତାଙ୍କୁ ତିର୍ତ୍ତୋଲ ଜେଏମ୍ଏଫ୍ସି ଅଦାଲତରେ ହାଜର କରାଯାଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି।