ଏରସମା, 03/09/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :

୧/୯/୨୦୨୬ : ଆଜି ଦିନ ବାର ଘଟିକା ସମୟରେ ଇଂ ହାଡ଼ିବନ୍ଧୁ ଖଣ୍ଡୁଆଳ ଇହଲୀଳା ସମ୍ବରଣ କଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା। ମୃତ୍ୟୁ ଶଯ୍ୟାନିକଟ ରେ ତାଙ୍କର ଦୁଇ ପୁଅ ଦେବାଶିଷ, ଧର୍ମଆଶିଷ, ଝିଅ ଜଲୀ ଓ ଭଣଜା ପ୍ରବୀଣ କୁମାର ସ୍ୱାଇଁ ଉପସ୍ଥିତ ଥିଲେ।ସେ କିଛି ଦିନ ହେବ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ।ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ମାତ୍ରେ ଭୁବନେଶ୍ୱର କୋଟିତ୍ରିର୍ଥ ରୋଡ ସ୍ଥିତ ବାସଭବନରେ ରାଜନେତା, ପରିବେଶ ବିତ୍, ସମାଜ ସେବୀ ଓ ବହୁ ମାନୀୟ ଗନୀୟ ବ୍ୟକ୍ତି ବିଶେଷ ଶେଷ ଦର୍ଶନ କରିଥିଲେ।ଅନୁରୂପ ଭାବେ ତାଙ୍କର ଜନ୍ମ ସ୍ଥାନ ଏରସମା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା। ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା, କର୍ପୋରେଟର ପ୍ରୀତିନନ୍ଦା ରାଉତରାୟ,ପୂଜ୍ୟ ପୂଜା ସଂସଦ ସଭାପତି ପଣ୍ଡିତ ନାଗୁଚରଣ ଦେବତା,ଡ଼କ୍ଟର ବସନ୍ତ ମଞ୍ଜରୀ ଦାସ,ମହେଶ୍ୱର ସ୍ୱାଇଁ, ଧ୍ଵଜରାଜ ଖଣ୍ଡୁଆଳ,ଧର୍ମ।ନନ୍ଦ ଖଣ୍ଡୁଆଳ, ପ୍ରସନ୍ନ କୁଅଁର, ନିମାଇଁ ଖଣ୍ଡୁଆଳ, ସଂଶୟ ରଞ୍ଜନ ସ୍ୱାଇଁ,ଶିକ୍ଷାବିତ୍ ଅଜିତ କୁମାର ଲେଙ୍କା,ପ୍ରତାପ କେଶରୀ ସ୍ୱାଇଁ, ଅରୂପାନନ୍ଦ ସ୍ୱାଇଁ,ନରେନ୍ଦ୍ର କୁମାର ସ୍ୱାଇଁ ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି। ପୁରୀ ସ୍ୱର୍ଗଦ୍ୱ।ରରେ ଶେଷ କୃତ୍ୟ କରାଯାଇଥିଲା। ବଡ଼ ପୁଅ ଦେବାଶିଷ ମୁଖାଅଗ୍ନି ଦେଇଥିଲେ।