ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଆନ୍ତର୍ଜାତୀୟ ଶ୍ରୀ ଜଗନ୍ନାଥ ମହୋତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ*

ରାହାମା, 08/12/2024, ଉତ୍କଳ voice news - utkalvoicenews.comକୁଜଙ୍ଗ ବ୍ଲକ ଅନ୍ତର୍ଗତ ରାହାମା ଶ୍ରୀ ଶ୍ରୀ ମଦନ ମୋହନ ଜୀଉ (ଶ୍ରୀ ଜଗନ୍ନାଥ ମଠ)କନ୍ଦମୂଳ ପଡିଆ ପରିସରରେ ନାମାଚାର୍ଯ୍ୟ ଶ୍ରୀମଦ ବାୟାବାବା ଭାଗବତ ପ୍ରଚାର ପ୍ରସାର ସମିତି ଆନୁକୂଲ୍ୟରେ ଚଳିତ ବର୍ଷ ଶ୍ରୀମଦ ଭାଗବତ ସପ୍ତାହ କାର୍ଯ୍ୟକ୍ରମରେ ଆନ୍ତର୍ଜାତୀୟ ଶ୍ରୀ ଜଗନ୍ନାଥ ମହୋତ୍ସବ ଓ ଚବିଶ ବେଶ,ଚାରିଧାମ ଦର୍ଶନ,ଛପନ ଭୋଗ,ପଞ୍ଚସଖାଙ୍କ ଦିବ୍ୟ କୀର୍ତ୍ତି,ଶ୍ରୀ ଜଗନ୍ନାଥ ସଂସ୍କୃତି କୁଞ୍ଜ,ପଞ୍ଚ କୁଣ୍ଡିୟ ବିଶ୍ୱଶାନ୍ତି ମହାଯଜ୍ଞ,ଆଧ୍ୟାତ୍ମିକ ପୁସ୍ତକ ମେଳା ଓ ପ୍ରତିଦିନ ସ୍ୱାସ୍ଥ୍ୟ ସେବା ଶିବିର ଇତ୍ୟାଦି ନିମନ୍ତେ ପ୍ରସ୍ତୁତି କାର୍ଯ୍ୟକ୍ରମ ରାଷ୍ଟ୍ରୀୟ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ବ୍ରହ୍ମଚାରୀ ବାବା ସତ୍ୟାନନ୍ଦ ଦାସ ମହାରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଅନୁଷ୍ଠାନର ମୁଖ୍ୟ ସଂଯୋଜକ ଡ଼ଃ ସୁନାକର ବେହେରା ବୈଠକକୁ ପରିଚାଳନାକରି ଆଗାମୀ ୨୦୨୫ ମସିହା ମାର୍ଚ୍ଚ ମାସ ତା ୧୭/୦୩/୨୦୨୫ ଠାରୁ ୨୪/୦୩/୨୦୨୫ ତାରିଖ ପର୍ଯ୍ୟନ୍ତ ଆଠଦିନ ବ୍ୟାପି ଏହି ଆଧ୍ୟାତ୍ମିକ ଚେତନାର ମହାନ କାର୍ଯ୍ୟକ୍ରମକୁ ବିଶ୍ଵ ଦରବାରରେ ପ୍ରତିପାଦିତ କରିବା ପାଇଁ ଆଜିର ବୈଠକରେ ମୁଖ୍ୟ ପ୍ରସଙ୍ଗ ଉପସ୍ଥାପନ କରିଥିଲେ।ପ୍ରସ୍ତୁତି ବୈଠକର ପ୍ରାରମ୍ଭରେ ମା ସାରଳାଙ୍କ ସେବକ ମାନେ ଅଜ୍ଞାମାଳ ସହିତ ଉପସ୍ଥିତ ହୋଇ ଆଜ୍ଞା ମାଳ ପ୍ରଦାନ କରିଥିଲେ ।ଉକ୍ତ ବୈଠକରେ ଜଗତସିଂହପୁର ଜିଲ୍ଲାରେ ଥିବା ବିଭିନ୍ନ ଜଗନ୍ନାଥ ମଠ ମନ୍ଦିର ର ସାଧୁ ସନ୍ଥ, ଟ୍ରଷ୍ଟବୋର୍ଡର ଟ୍ରଷ୍ଟି ଓ ଶ୍ରୀଜଗନ୍ନାଥ ସଂସ୍କୃତିପ୍ରେମୀ ପଣ୍ଡିତ ବିଦ୍ୱାନମାନେ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକୁ ସଫଳ କରିବାପାଇଁ ନିଜ ନିଜ ଅଭିମତ ରଖିଥିଲେ ।ଆଜିର ଏହି ମହାନ କାର୍ଯ୍ୟକ୍ରମରେ ସ୍ୱାମୀ ଶ୍ରୁତି ସାଗର ମହାରାଜ,ନୃସିଂହ ମଠ ଅଧିକାରୀ ରମାକାନ୍ତ ଦାସ,କୁଞ୍ଜବିହାରୀ ମନ୍ଦିର ସଦସ୍ୟ ଶୁକଦେବ ନାୟକ,ମଲ୍ଲାସାହି ଶ୍ରୀଜଗନ୍ନାଥ ମନ୍ଦିର ସଦସ୍ୟ କିଶୋର କୁମାର ଶତପଥ ,ବିଶରକ୍ଷେତ୍ରର ବାବା ରାମ ଚନ୍ଦ୍ର ଦାସ,ଓଡିଶା ଚାରଣ ଗୋଷ୍ଟୀର ଜିଲ୍ଲା ସଭାପତି ଡ଼ଃ ଧୃତିଧର ଦାସ,ଜଗନ୍ନାଥ ସଂସ୍କୃତି ଗବେଷକ ଡ଼ଃ ଅରୁଣ କୁମାର ପାଣି,ବାବାଜୀ ନିତ୍ୟାନନ୍ଦ ଦାସ ,ବ୍ୟାସଫାଉଣ୍ଡେସନ ଅଧ୍ୟକ୍ଷା ଶ୍ରୀମତୀ ସ୍ନେହମୟୀ ଆଚାର୍ଯ୍ୟ,ମଦନ ମୋହନ ମଠ ମାତା ସ୍ବର୍ଣ୍ଣ ଲତା ଦାସ, ସାତଭଉଣୀ ମଠ ବାବା,ଶିକ୍ଷକ ବିନୋଦ କୁମାର ମୁଦୁଲି,ରଶ୍ମୀକାନ୍ତ ଦାସ,ରାଜେନ୍ଦ୍ର କୁମାର ବାରିକ ଓ ଭାଗବତ ପରିବାର ସଦସ୍ୟମାନଙ୍କ ମଧ୍ୟରେ ଧ୍ରୁବ ଚରଣ ଦାସ, ଜିଲ୍ଲାପରିଷଦ ସଭ୍ୟ ରବି ନାରାୟଣ ସାହୁ,ଶରତ ଚନ୍ଦ୍ର ସାହୁ, ମନୋହର ସ୍ୱାଇଁ, ଭିକାରୀ ଚରଣ ସେନାପତି,ପ୍ରଫୁଲ ମଲ୍ଲିକ, ଗାଲେଖ ଚନ୍ଦ୍ର ସାହୁ ,ମହେଶ୍ୱର ସାହୁ,ତପନ କୁମାର ବେହେରା,ସୁଶାନ୍ତ କୁମାର ସ୍ୱାଇଁ,ରୁଦ୍ର ନାରାୟଣ ନନ୍ଦ,ଦେବାଶିଷ ଅକ୍ଷୟ କୁମାର ମହାନ୍ତି, ବିନୋଦ କୁମାର ବରାଳ, ବାସୁଦେବ ବରାଳ,ନୃସିଂହ ଚରଣ ସେନାପତି ଇତ୍ୟାଦି ଙ୍କ ସହିତ ବୈଦୁତିକ ଗଣମାଧ୍ୟମ ଓ ପ୍ରିଣ୍ଟ ମିଡ଼ିଆ ର ସାମ୍ବାଦିକ ବନ୍ଧୁମାନେ ଉପସ୍ଥିତ ଥିଲେ।
Article Image
Article Image
1