ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜନଶକ୍ତି ପାର୍ଟିର ପକ୍ଷରୁ ସଚେତନତା ଯାତ୍ରା ପାଇଁ ପ୍ରସ୍ତୁତି।

କୁଜଙ୍ଗ, 03/03/2025, ଉତ୍କଳ voice news - utkalvoicenews.com
Article Image
୫ଦଫା ଦାବୀ ନେଇ ଜନଶକ୍ତି ପାର୍ଟି ରାଜ୍ୟରେ ଏକ ସଚେତନତା ପଦ ଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ କୁଜଙ୍ଗ ଠାରେ ଅନୁଷ୍ଠିତ ହୋଇଯାଇଛି।ଜନଶକ୍ତି ପାର୍ଟିର ରାଜ୍ୟ ସଭାପତି ତଥା ବରିଷ୍ଠ ଆଇନଜୀବୀ ପ୍ରଦୀପ କୁମାର ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜନଶକ୍ତି ପାର୍ଟିର ରାଜ୍ୟ ସାଧାରଣ ସମ୍ପାଦକ ସନାତନ ଦାସ,ଇଂ ସମରେନ୍ଦ୍ର ଜେନା,ଭୀମ ସେଠୀ,ରାଜୀବ ସ୍ବାଇଁ,ବସନ୍ତ ସେଠୀ ଓ ସେକ୍ ଅମିରୁଦିନ୍ ପ୍ରମୁଖ ଯୋଗ ଦେଇଥିଲେ।ଏହି ବୈଠକରେ ଜନ ସାଧାରଣଙ୍କ ବିଭିନ୍ନ ସମସ୍ୟାକୁ ନେଇ ସରକାରଙ୍କ ପାଖରେ ପହଞ୍ଚାଇବା ପାଇଁ ଏକ ସଚେତନତା ଯାତ୍ରା କରାଯିବା ପାଇଁ ନିଷ୍ପତି ନିଆଯାଇଥିଲା।ଏହି ଜନ ଜାଗରଣ ଯାତ୍ରା ଏପ୍ରିଲ୍ ୧ତାରିଖ ଦିନ କେନ୍ଦ୍ରା ପଡ଼ାର ପୂଜାର୍ଚ୍ଚନା ପରେ ରାଜ୍ୟର ବିଭିନ୍ନ ଜିଲ୍ଲା ପରିକ୍ରମା ହେବା ସହିତ ଶେଷରେ ପୁରୀ ଶ୍ରୀ ଜଗନ୍ନାଥଙ୍କ ଧାମରେ ଶେଷ କରାଯିବ ବୋଲି ସଭାପତି ଶ୍ରୀ ଦାଶ ଉକ୍ତ ବୈଠକରେ ପ୍ରକାଶ କରିଥିଲେ।ଏହି ଯାତ୍ରାରେ ମୁଖ୍ୟତ ଉଚ୍ଚଶିକ୍ଷା ପାଇଁ ଛାତ୍ର ଛାତ୍ରୀଙ୍କୁ ସୁଦ୍ଧ ମୁକ୍ତ ଶିକ୍ଷା ଋଣ,ସମସ୍ତ ବକେୟା ବିଦୁତ୍ ବିଲ୍ ଛାଡ଼ କରିବା,ଦରଦାମ୍ ନିୟନ୍ତ୍ରଣ କରିବା,ଠିକା କର୍ମଚାରୀ ବ୍ୟବସ୍ଥା ଉଚ୍ଛେଦ କରିବା,ରିଲିଫ୍ କୋର୍ଡ ସଂଶୋଧନ କରିବା ସହିତ ଅଡିଟ ବ୍ୟବସ୍ଥା,କୃଷକ ମାନଙ୍କୁ ପେନସନ ପ୍ରଦାନ କରିବା,ଉତ୍କଳମଣୀ ଗୋପବନ୍ଧୁ ଦାସ ଓ ମଧୁବାବୁଙ୍କୁ ଭାରତ ରତ୍ନ ପ୍ରଦାନ ନିମନ୍ତେ ଦାବୀକୁ ନେଇ ଜନ ସଚେତନତା ଯାତ୍ରା କରାଯିବ ବୋଲି ଶ୍ରୀ ଦାଶ ପ୍ରକାଶ କରିଥିଲେ।
1