ଯାଜପୁର, 03/09/2026, ଉତ୍କଳ voice news - utkalvoicenews.com( ଉମାକାନ୍ତ ବେହେରା ଙ୍କ ରିପୋର୍ଟ ) :
୩/୦୯/୨୦୨୬ : ରାଜ୍ୟ ସରକାର ଙ୍କ ନିୟମ ଅନୁସାରେ ଆଜି ଚଣ୍ଡିଖୋଲ ଆଞ୍ଚଳିକ ପରିବହନ ବିଭାଗପକ୍ଷରୁ ଅମାନିଆ ଗାଡ଼ି ଚାଲକ ମାନଂକୁ ସାବାଡ କରିବା ପାଇଁ ୧୬ନମ୍ବର ଓ ୫୩ନମ୍ବର ଜାତୀୟ ରାଜପଥ ଉପରେ କଡାକଡି ଯାଞ୍ଚ କରାଯାଇଛି, ଏହି ଯାଞ୍ଚ ରେ ବାଇକ୍, ଚାରିଚକିଆ ଯାନ ର କାଗଜ ପତ୍ର,ହେଲମେଟ, ସହିତ ବିମା ପଳୁସନ, ଡି, ଏଲ୍ ଯାଞ୍ଚ କରାଯାଇଛି। ନିୟମ ଉଲଘଂନ କରିଥିବା ଗାଡ଼ି ଚାଳକ ମାନଂକ ଠାରୁ ୨୪୪୬୨ଅର୍ଥ ରାଶି ନଗଦ ଆଦାୟ କରାଯାଇଥିଲା, ଓ ତାଙ୍କ ଉପରେ ୬ଲକ୍ଷ, ୩ହଜାର ୯୬୨ ଟଙ୍କା ଜୋରିମାନା କରାଯାଇଛି, ସେଥିରୁ ହେଲମେଟ ବ୍ୟବହାର କରୁନଥିବା ୭୯ଜଣ, ଅନ୍ୟାନ୍ୟ ୯୧, ଦୃତ ଗତି ଚାଳକ ୩୮ସିଟ୍ ବେଲ୍ଟ ୩ଜଣ, ବେନିୟମ ପାର୍କିଂ ୨୪ଜଣ ଙ୍କ ଠାରୁ ଅର୍ଥ ରାଶି ଆଦାୟ କରାଯାଇଛି ଏବଂ ଜୋରିମାନା ଲାଗୁ କରାଯାଇଛି। ଏହି ଗାଡ଼ି ଯାଞ୍ଚ ଅଭିଯାନରେ ଆଞ୍ଚଳିକ ପରିବହନ ଅଧିକାରୀ କାର୍ଯ୍ୟାଳୟ ଙ୍କ ପକ୍ଷରୁ, ଟି ଆଇ ଯୁଗଳ କିଶୋର ତିରିଆ , ଟି ଏସ, ଆଇ ସତ୍ୟ।ନାରାୟଣ ସାହା, ଜୁନିଅର ଏମ, ଭି, ଆଇ ଅଭିନାଶ ସ୍ବାଇଁ, ସ୍ଵାତୀ ସ୍ୱାଗତିକା ପ୍ରମୁଖ ସାମିଲ ହୋଇ ଥିଲେ