ଯାଜପୁର, 03/09/2026, ଉତ୍କଳ voice news - utkalvoicenews.com ( ଉମାକାନ୍ତ ବେହେରା ଙ୍କ ରିପୋର୍ଟ ) :

ପରମ ପ୍ରେମ ମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ଶୁଭ ଜନ୍ମ ମାସପବିତ୍ର ଭାଦ୍ର ପରିକ୍ରମା ଅବସର ରେ ଗତକାଲି ସତସଙ୍ଗ ଶ୍ରୀ ମନ୍ଦିର ଛତିଆ ଆନୁକୂଲ୍ୟରେସିହା ପଂଚାୟତ କମ୍ପାଲୁ ମଙ୍ଗରାଜ ପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ମଧ୍ୟରେଠାକୁର ଙ୍କ 139ତମ ଜନ୍ମ ମହୋତ୍ସବ ମହା ସମାରୋହ ରେ ପାଳିତ ହୋଇଯାଇଅଛି, ଦୁଇ ଗୋଟି ଗ୍ରାମ ବାସୀଙ୍କ ମିଳିତ ସହଯୋଗ ରେ ଅଧର୍ଜୁକର୍ମୀ ସନାତନ ଲେଙ୍କା ଓ ଦେବେନ୍ଦ୍ର ସାହୁ ଙ୍କ ପ୍ରତେକ୍ଷ ତତ୍ୱା ବଧାନ ରେ ବ୍ରାହ୍ମ ମୁହୂର୍ତ୍ତ ରୁ ବେଦ ମାଙ୍ଗାଳିକ ନହବତ ଗୀତା ଉଷା ଵିନତୀ ଓ ସାନ୍ଧ୍ୟ ଵିନତୀ ପରେ ସତସଙ୍ଗ ଓ ସଦାଲୋଚନା ଅନୁଷ୍ଠିତ ହୋଇଥିଲା,ବର୍ଷିଆନ ସହ ପ୍ରତି ଋତ୍ଵିକ ସତ୍ୟ ପିର ନାୟକ ଏଥିରେ ଅଧକ୍ଷତା କରିଥିଲେ, ଗଡ଼ମଧୁ ପୁର ସତସଙ୍ଗ ବିହାର ରୁ ଆଗତ ସହ ପ୍ରତି ଋତ୍ଵିକ ଇଞ୍ଜିନିଅର ରଂଜିତ କୁମାର ମୁଦୁଲି ମୁଖ୍ୟ ଆଲୋଚକ ଭାବେ ଯୋଗ ଦେଇ ଶ୍ରୀ ଶ୍ରୀ ଠାକୁର ଙ୍କ ଦିବ୍ୟ ଜୀବନୀ ଓ ଜନ୍ମ ବୃତ୍ତାନ୍ତ ସମ୍ପର୍କ ରେ ଆଲୋକପାତ କରିଥିଲେ, ସହ ପ୍ରତି ଋତ୍ଵିକ ଫକୀର ଚରଣ ପୃଷ୍ଟି ଓ ନାରାୟଣ ଚନ୍ଦ୍ର ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ, ଅଧର୍ଜୁ ଅଭିମନୁ ସାମନ୍ତ ରାୟ ଯାଜକ କାର୍ତିକ ରାଉତ ମାନସ ଦାଶ ସୁରେନ୍ଦ୍ର ମହାରଣା କାର୍ତିକ ସାହୁ ଅଜୟ ଲେଙ୍କା କପିଳ ରାଉତ ଅଭିମନୁ ସାହୁ ଅମୀର ସାହୁ ସିନ୍ଧୁ ନାଥ ସାହୁ ନରହରି ସାମଲ ଅତୁଳ ବେହେରା ଅଶୋକ ସାହୁ ପବିତ୍ର ସାହୁ ରସାନନ୍ଦ ସାହୁ କୃଷ୍ଣ ବାହାଲିଆ ମାନସ ସାହୁ ଶୁଭ୍ରାଂଶୁ ସାହୁ ଓ ଶରତ ବେହେରା ପ୍ରମୁଖ କାର୍ଯ୍ୟ କ୍ରମ ପରିଚାଳନା ରେ ସହଯୋଗ କରିଥିଲେ, ସୁସ୍ମିତା ସାହୁ ଭଜନ ଜ୍ୟୋତିରିନ୍ଦ୍ର ଦାସ କୋରସ ଓ ଭାଗ୍ୟଧର ବେଜ କୀର୍ତନ ପରିବେଷଣ କରିଥିଲେ