ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ନିସ୍ ଇଣ୍ଟରନେସନାଲ ସ୍କୁଲରେ ଜନ୍ମାଷ୍ଟମୀ ପାଳିତ

ଜଗତସିଂହପୁର, 03/09/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରୀତା ସାହୁ ଙ୍କ ରିପୋର୍ଟ ) :
Article Image
ନିସ୍ ଇଣ୍ଟରନେସନାଲ ସ୍କୁଲ, ଜଗତସିଂହପୁର ପରିସରରେ ଭକ୍ତି, ଉତ୍ସାହ ଓ ଆନନ୍ଦର ପରିବେଶ ମଧ୍ୟରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି। ବିଦ୍ୟାଳୟ ପ୍ରିନସିପାଲ ଶ୍ରୀ ସୁଭାଷ ଚନ୍ଦ୍ର ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ବିଦ୍ୟାଳୟ ସମ୍ପାଦକ ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ଲେଙ୍କା ମୁଖ୍ୟ ଅତିଥି ଏବଂ ଉପଦେଷ୍ଟା ଶ୍ରୀ ବନମାଳୀ ବେହେରା ସମ୍ମାନନୀୟ ଅତିଥି ଭାବେ ଯୋଗଦେଇ ଜନ୍ମାଷ୍ଟମୀର ମହତ୍ତ୍ୱ ଓ ଭଗବାନ ଶ୍ରୀକୃଷ୍ଣଙ୍କ ଜୀବନାଦର୍ଶ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।
Article Image
ଉତ୍ସବ ଅବସରରେ ବିଭିନ୍ନ ଶ୍ରେଣୀର ଛାତ୍ରଛାତ୍ରୀ ଶ୍ରୀକୃଷ୍ଣ ଓ ରାଧାଙ୍କ ବେଶରେ ସଜ୍ଜିତ ହୋଇ ମନୋଜ୍ଞ ଅଭିନୟ ପରିବେଷଣ କରିଥିଲେ। ସେମାନଙ୍କର ଆକର୍ଷଣୀୟ ବେଶଭୂଷା ଓ ଅଭିନୟ ଶିକ୍ଷକ-ଶିକ୍ଷୟିତ୍ରୀ, ଅଭିଭାବକ ଏବଂ ସ୍ଥାନୀୟ ଜନସାଧାରଣଙ୍କୁ ବେଶ୍ ଆକର୍ଷିତ କରିଥିଲା।
Article Image
ଦ୍ୱିତୀୟ ଓ ତୃତୀୟ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ମିଳିତ ଉଦ୍ୟମରେ ପରିବେଷିତ ‘କୃଷ୍ଣ ଜନ୍ମ ବୃତ୍ତାନ୍ତ’ ନାଟିକା ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। କାର୍ଯ୍ୟକ୍ରମ ସଂଯୋଜିକା ଶିକ୍ଷୟିତ୍ରୀ ଶ୍ରୀମତୀ ସୌଦାମିନୀ ସାହୁଙ୍କ ସୁଚାରୁ ଆୟୋଜନକୁ ଉପସ୍ଥିତ ସମସ୍ତେ ଉଚ୍ଚ ପ୍ରଶଂସା କରିଥିଲେ।
Article Image
ଶିକ୍ଷକ ତଥା ନୃତ୍ୟକଳା ପ୍ରଶିକ୍ଷକ ଶ୍ରୀ ସୌରଭ କୁମାର ସ୍ୱାଇଁଙ୍କ ପ୍ରଯୋଜନାରେ ପରିବେଷିତ ନୃତ୍ୟ ଓ ଅଭିନୟ ଦର୍ଶକଙ୍କୁ ଆନନ୍ଦିତ କରିଥିଲା। ବିଶେଷ ଆକର୍ଷଣ ଥିଲା ନର୍ସରୀ ଶ୍ରେଣୀର କୁନି କୁନି ପିଲାମାନଙ୍କ ଦ୍ୱାରା ପରିବେଷିତ ଶ୍ରୀକୃଷ୍ଣଙ୍କ ଜନ୍ମ ଓ କଂସଙ୍କ ଅତ୍ୟାଚାରର ଦୃଶ୍ୟ। ଶିକ୍ଷୟିତ୍ରୀ ସୁଶ୍ରୀ ଶୁଭଶ୍ରୀ ଖଟୁଆଙ୍କ ବଳିଷ୍ଠ ମାର୍ଗଦର୍ଶନରେ କୁନି କଳାକାରମାନଙ୍କ ଅଭିନୟ ଓ କଳାକୌଶଳକୁ ସମସ୍ତେ ଭୁରି ଭୁରି ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମର ସଫଳ ଆୟୋଜନରେ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ।କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଶିକ୍ଷୟିତ୍ରୀ ୱାହେଦା ରାହେମନ, ଶାଶ୍ଵତୀ ଦାସ ଓ ଫରିନ ତବଷୁମ ପ୍ରମୁଖ! ଏହି ଅବସରରେ ପ୍ରିନସିପାଲ ଶ୍ରୀ ରାଉତ କହିଥିଲେ ଯେ, ବିଦ୍ୟାଳୟରେ ଏଭଳି ସାଂସ୍କୃତିକ ଓ ଧାର୍ମିକ କାର୍ଯ୍ୟକ୍ରମ ପିଲାମାନଙ୍କ ମନରେ ଅଧ୍ୟାତ୍ମିକ ଚେତନା ଜାଗ୍ରତ କରିବା ସହିତ ସେମାନଙ୍କୁ ଭାରତୀୟ ଜ୍ଞାନ ପରମ୍ପରା, ଐତିହ୍ୟ ଓ ସଂସ୍କୃତି ସହ ପରିଚିତ କରାଇବ। ଏହା ମାଧ୍ୟମରେ ଶିଶୁମାନଙ୍କ ମଧ୍ୟରେ ନୈତିକ ମୂଲ୍ୟବୋଧ, ସୃଜନଶୀଳତା ଓ ଆତ୍ମବିଶ୍ୱାସର ବିକାଶ ହୋଇପାରିବ ବୋଲି ସେ ମତପ୍ରକାଶ କରିଥିଲେ |
24