ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବିଦ୍ୟୁତ ଟ୍ରାନ୍ସଫର୍ମ ସଂସ୍ପର୍ଶରେ ଆସି ମହିଳା ଗୁରୁତର

ବୁଗୁଡ଼ା, 03/09/2026, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ):
Article Image
ବୁଗୁଡ଼ା ବ୍ଲକ ମାଣିତରା ପଞ୍ଚାୟତ ତାମ୍ବିରି ଗ୍ରାମରେ ବିଦ୍ୟୁତ୍ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ସୁଦେଷ୍ଣା ନାଇକ (୪୯) ନାମକ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି।ଆଜି ଭୋର ପ୍ରାୟ ୫ଟାରେ ସେ ଗାଧୋଇବାକୁ ଯାଉଥିବା ବେଳେ ଅଙ୍ଗନୱାଡି କେନ୍ଦ୍ର ଓ ପୋଖରୀ ନିକଟରେ ଥିବା ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ମେଡିକାଲ ପଠାଇଥିଲେ।ଗ୍ରାମ ମଧ୍ୟରେ ଥିବା ଏହି ଟ୍ରାନ୍ସଫର୍ମର ଚାରିପାଖରେ ସୁରକ୍ଷା ପାଚେରୀ ନଥିବାରୁ ଅଙ୍ଗନୱାଡି କେନ୍ଦ୍ରର ଶିଶୁଙ୍କ ସମେତ ସାଧାରଣ ଲୋକଙ୍କ ସୁରକ୍ଷା ନେଇ ଚିନ୍ତା ପ୍ରକାଶ ପାଇଛି। ଅଘଟଣର ପୁନରାବୃତ୍ତି ରୋକିବାକୁ ତୁରନ୍ତ ସୁରକ୍ଷା ପାଚେରୀ ନିର୍ମାଣ କରିବାକୁ ଗ୍ରାମବାସୀ ବିଦ୍ୟୁତ୍ ବିଭାଗ ନିକଟରେ ଦାବି କରିଛନ୍ତି।
21