ତିର୍ତ୍ତୋଲ, 04/09/2026, ଉତ୍କଳ voice news - utkalvoicenews.com( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
ଇବ୍ରିସିଂ ପଞ୍ଚାୟତର ଜୟକୃଷ୍ଣ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମୂରଲୀଧର ରାଉତଙ୍କ ଅବସର କାଳୀନ ସଭା ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସତ୍ୟଭୂଷଣ ତରାଇଙ୍କ ତତ୍ତ୍ୱାବଧାନରେ ଓ ବିଦ୍ୟାଳୟ ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଲେଙ୍କାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଏହି ସଭାରେ ମୁଖ୍ୟ ଅତିଥି ତିର୍ତ୍ତୋଲ ମଣ୍ଡଳ ଅଧିକାରୀ ଶ୍ରୀଯୁକ୍ତ ସୂର୍ଯ୍ୟରଞ୍ଜନ ଦାଶ, ମୁଖ୍ୟ ବକ୍ତା ବିଦ୍ୟାଳୟ ମୁଖ୍ୟ ପ୍ରତିଷ୍ଠାତା ମହନ୍ତ ମହାରାଜ ଜୟକୃଷ୍ଣ ଦାସଙ୍କ ଉତ୍ତରାଧିକାରୀ ମହନ୍ତ ମଧୁସୂଦନ ଦାସ ଯୋଗଦେଇଥିବାବେଳେ ସେହି ଅନୁଷ୍ଠାନର ଅବସରପ୍ରାପ୍ତ ଶିକ୍ଷକ, କର୍ମଚାରୀ ତଥା ବିଭିନ୍ନ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ଉପସ୍ଥିତ ରହି ରାଉତ ମହୋଦୟଙ୍କ ଆଦର୍ଶ ଜୀବନ ଉପରେ ଆଲୋକପାତ କରିଥିଲେ l ବିଦ୍ୟାଳୟର ଛାତ୍ର ଛାତ୍ରୀଗଣ ଉପଢୌକନ ଓ ପୁଷ୍ପଗୁଛ ଦେଇ ବିଦାୟୀ ଶିକ୍ଷକଙ୍କ ଗୁଣଗାନ କରିଥିଲେ l ପରିଶେଷରେ ରାଉତ ମହୋଦୟ ତାଙ୍କର ଆଦର୍ଶମୟ ବାଣୀ ପ୍ରଦାନ କରି ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷିକା ତଥା କର୍ମଚାରୀ ମାନଙ୍କ ଉଦ୍ଦେଶ୍ୟରେ ଉପଦେଶ ପ୍ରଦାନ କରିଥିଲେ l