ଏରସମା, 04/03/2025, ଉତ୍କଳ voice news - utkalvoicenews.com
ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍ ଅନ୍ତର୍ଗତ ଢ଼ିଙ୍କିଆ ପଞ୍ଚାୟତ ଢ଼ିଙ୍କିଆ ନେତାଜୀ ଯୁବକ ସଂଘ ଓ ଜଗନ୍ନାଥ ଯୂବ ପରିଷଦ ମିଳିତ ଆନୁକୁଲ୍ୟରେ ଆୟୋଜିତ ୨ଦିନିଆ ଦିବା ରାତ୍ର ଭଲି ବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି।ପ୍ରଥମ ଦିବସ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ୮ଟି ଦଳ ଭାଗ ନେଇଥିବା ବେଳେ ଫାଇନାଲରେ ଏରସମା ବ୍ଲକ ଭିରଙ୍ଗ ଟିମ୍ ଖୁରାଣ୍ଟ ଟିମକୁ ପରାସ୍ତ କରି ବିଜୟୀ ହୋଇଛି।ସେହିପରି ଦ୍ୱିତୀୟ ଦିନର ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ୬ ଟି ଦଳ ଭାଗ ନେଇଥିଲେ।ଫାଇନାଲରେ କେ.ଏସ୍.ଆର୍ କ୍ଲବ କଟକ,ଭଦ୍ରକ ଭଲିଟିମକୁ ପରାସ୍ତ କରି ଚାମ୍ପିଆନ୍ ହୋଇଛି।ଏହି ଟୁର୍ଣ୍ଣା ମେଣ୍ଟର ଉଦଘାଟନୀ ଉତ୍ସବରେ ଡ଼,ତନ୍ମୟ ସ୍ଵାଇଁ,ରାଜେଶ ରାଜ୍ ସ୍ଵାଇଁ,ଢ଼ିଙ୍କିଆ ସରପଞ୍ଚ ପିଙ୍କି ଦାସ,ସମାଜସେବୀ ଅନନ୍ତ ନାରାୟଣ ସ୍ଵାଇଁ ଓ ମୁରଲୀଧର ସାହୁ ଯୋଗ ଦେଇଥିଲେ।ଉଦଯାପନୀ ଉତ୍ସବରେ ବାଲିକୁଦା-ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା ମୂଖ୍ୟ ଅତିଥି ଭାବେ ଯୋଗଦେଇ ଚାମ୍ପିଆନ୍ ଓ ରନର୍ସଅପ୍ ଟ୍ରଫି ପ୍ରଦାନ କରିଥିଲେ।ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଢିଙ୍କିଆ ଗ୍ରାମର ପ୍ରାକ୍ତନ ଭଲି ଖେଳାଳି ହୃଦାନନ୍ଦ ରାଉତ,ସରୋଜ ରାଉତ,ସଂଗ୍ରାମ ସ୍ଵାଇଁ,ସଂଗ୍ରାମ ଲେଙ୍କା ଓ ପୁଷ୍ପକ ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।