ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ରାହାମା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବିଶ୍ୱ ହିନ୍ଦୁ ପରିଷଦ ସ୍ଥାପନା ଦିବସ ପାଳିତ

ରାହାମା, 05/09/2026, ଉତ୍କଳ voice news - utkalvoicenews.com (କୁଜଙ୍ଗରୁ ରଶ୍ମିରଞ୍ଜନ ଦାସ) :
Article Image
ତା - ୫/୯ : ରାହାମା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ବିଶ୍ୱ ହିନ୍ଦୁ ପରିଷଦର ସ୍ଥାପନା ଦିବସ ଓ ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବଳିଦାନ ଦିବସ ଶ୍ରଦ୍ଧା ଓ ଗମ୍ଭୀରତାର ସହ ପାଳନ କରାଯାଇଛି। ଏହି ଅବସରରେ ଭାରତୀୟ ସଂସ୍କୃତି, ଗୁରୁ-ଶିଷ୍ୟ ପରମ୍ପରା ଏବଂ ସାମାଜିକ ମୂଲ୍ୟବୋଧର ସୁରକ୍ଷା ପାଇଁ ଏକତା ଓ ସଚେତନତାର ଆହ୍ୱାନ ଦିଆଯାଇଥିଲା।
Article Image
ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶ୍ରୀକାନ୍ତ ଶତପଥୀଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ପ୍ରାନ୍ତ ଧର୍ମାଚାର୍ଯ୍ୟ ସମ୍ପର୍କ ପ୍ରମୁଖ ତଥା ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ଡ. ସୁନାକର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷକଙ୍କ ଦାୟିତ୍ୱ, ନୈତିକତା ଓ ଆଦର୍ଶ ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ ଯେ, ଶିକ୍ଷକଙ୍କ ଆଚରଣ ଓ କର୍ତ୍ତବ୍ୟନିଷ୍ଠା ଏକ ପିଢ଼ିର ଭବିଷ୍ୟତ ଗଢ଼ିଥାଏ।
Article Image
ମୁଖ୍ୟବକ୍ତା ଭାବେ ସତସଙ୍ଗ ପ୍ରମୁଖ ଜ୍ୟୋତିର୍ବିତ୍ ପଣ୍ଡିତ ଡ. ଅରୁଣ କୁମାର ପାଣି “ଭାରତୀୟ ସଂସ୍କୃତିରେ ଗୁରୁ ପରମ୍ପରା” ସମ୍ପର୍କରେ ଆଲୋଚନା କରି କହିଥିଲେ ଯେ, ଗୁରୁ କେବଳ ଜ୍ଞାନଦାତା ନୁହେଁ, ବରଂ ଚରିତ୍ର ଓ ସଂସ୍କାରର ନିର୍ମାତା। ଯୁବପିଢ଼ିଙ୍କୁ ନିଜ ସଂସ୍କୃତି ଓ ମୂଲ୍ୟବୋଧ ସହ ଯୋଡ଼ି ରଖିବା ସମୟର ଆବଶ୍ୟକତା ବୋଲି ସେ କହିଥିଲେ।
Article Image
ଏହି ଅବସରରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜୀବନ, ଶିକ୍ଷା ବିସ୍ତାର ଓ ସାମାଜିକ ସେବା କ୍ଷେତ୍ରରେ ତାଙ୍କ ଅବଦାନକୁ ସ୍ମରଣ କରାଯାଇଥିଲା। ବକ୍ତାମାନେ ତାଙ୍କ ଶିକ୍ଷା, ସଂସ୍କାର ଓ ସାମାଜିକ ସଚେତନତା ସୃଷ୍ଟି ଦିଗରେ କରିଥିବା କାର୍ଯ୍ୟକୁ ଉଲ୍ଲେଖ କରିଥିଲେ।
Article Image
ସଭାରେ ଅନୀଲ କୁମାର ଭୂୟାଁ, ଅଜୟ କୁମାର ସ୍ୱାଇଁ, ରସାନନ୍ଦ ବେହେରା, ସଞ୍ଜୟ କୁମାର ନାୟକ, ଧୀରେନ୍ଦ୍ର କୁମାର ବେହେରା, ସୋମନାଥ ବେହେରା, ସରୋଜ କୁମାର ଦାସ, ସଂଯୁକ୍ତା ଦାଶ, ଲୋପାମୁଦ୍ରା ମହାନ୍ତି, ସସ୍ମିତା ବେଉରା ଓ ସସ୍ମିତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
Article Image
ଶେଷରେ ଭାରତୀୟ ସଂସ୍କୃତି, ଗୁରୁ ପରମ୍ପରା, ଶିକ୍ଷା ଓ ସାମାଜିକ ମୂଲ୍ୟବୋଧକୁ ସୁଦୃଢ଼ କରିବା ସହ ଯୁବପିଢ଼ିଙ୍କ ମଧ୍ୟରେ ସଂସ୍କାର ଓ ଦେଶପ୍ରେମର ଭାବନା ଜାଗ୍ରତ କରିବା ପାଇଁ ସମସ୍ତେ ଆହ୍ୱାନ ଜଣାଇଥିଲେ।
14