କୁଜଙ୍ଗ ବ୍ଲକ / ବଣିତ ପଞ୍ଚାୟତ, 05/09/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରିତା ସାହୁ ) :
କୋଣ ଅନୁକୋଣ ରୁ ଶତାଧିକ ଶ୍ରଦ୍ଧାଳୁ ଭକ୍ତଙ୍କ ସମାବେଶ।।


ତାରିଖ : ୦୫/୦୯/୨୦୨୬ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ବଣିତ ପଞ୍ଚାୟତସ୍ଥିତ ଡଗରପଡା ଗ୍ରାମରେ ଗଢି ଉଠିଥିବା ଆଧ୍ୟାତ୍ମିକ ପରିବେଶ ମଣ୍ଡିତ ହୋଇଥିବା ଭକ୍ତି ବେଦାନ୍ତ ଆଶ୍ରମ ପରିସରରେ ମହାଆଡମ୍ବରରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି । ଏହି ଭବ୍ୟ ଦିବ୍ୟ ଶ୍ରୀକୃଷ୍ଣଙ୍କ ଜନ୍ମଦିନ ଉପଲକ୍ଷେ ଶହ ଶହ ଶ୍ରଦ୍ଧାଳୁ ଭକ୍ତ ମାନେ ଉପସ୍ଥିତ ହୋଇ ପ୍ରଭୁଙ୍କ ଦର୍ଶନ ସହ ଆଶିଷ ଭିକ୍ଷା କରିଥିଲେ ।ସନ୍ଧ୍ୟା ସମୟରେ ବିଭିନ୍ନ କୋଣ ଅନୁକୋଣ ରୁ ଆଶ୍ରମ ପରିବେଶରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ଭକ୍ତି ବେଦାନ୍ତ ଆଶ୍ରମ ବାବାଜୀ ବନମାଳୀ ଦାସ ମହାରାଜ ସଭାପତିତ୍ବ ରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ବିଶ୍ୱହିନ୍ଦୁ ପରିଷଦ ପ୍ରାନ୍ତ ଧର୍ମଚାର୍ଯ୍ୟ ଓ ଜଗନ୍ନାଥ ସଂସ୍କୃତି ପ୍ରଚାରକ ଡ଼ଃ ସୁନାକର ବେହେରା ସଂଯୋଜନା କରିଥିଲେ ମୁଖ୍ୟ ସେବକ ରସିକ ରାଜ, ପରମ ସେବିକା ରସପ୍ରିୟା ଦେବୀ,କମଳ ପ୍ରଭୁଜି, ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ଇସ୍କନ ପରିଚାଳକ ରାମାନୁଜ କ୍ରିଷ୍ଣା ଚୈତ୍ୟାନ ସ୍ୱାମୀ ଓ ଅନେକ ସାଧୁ ମହାତ୍ମା ଉପସ୍ଥିତ ରହି ଶ୍ରଦ୍ଧାଳୁ ମାନଙ୍କୁ ପ୍ରଭୁଙ୍କ ବିଷୟରେ ପ୍ରବଚନ ଦେଇଥିଲେ, ପରେ ଭଗବାନ ଲିଳାଖେଳା ଭକ୍ତି ମାର୍ଗ ସମାରୋହରେ ମାନ୍ୟବର ଶିଳ୍ପ ଦକ୍ଷତା, ବିକାଶ ଓ ବୈଷୟକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗ ଦେଇ ପ୍ରଭୁଙ୍କ ଆଶିଷ ଭିକ୍ଷା କରିଥିଲେନ।