କୁଜଙ୍ଗ , 05/09/2026, ଉତ୍କଳ voice news - utkalvoicenews.com( କୁଜଙ୍ଗ ରୁ ସୁମିତ୍ରା ସେନାପତିଙ୍କ ରିପୋର୍ଟ ) :
ତା. ୫/୯: ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ପବିତ୍ର ନନ୍ଦଉତ୍ସବ ଅବସରରେ ଜଗତଜନନୀ ମା' ଦୁର୍ଗାଙ୍କ ମୂର୍ତ୍ତି ନିର୍ମାଣ ପାଇଁ ମାଟି ଅନୁକୂଳ କାର୍ଯ୍ୟ ସମ୍ପନ୍ନ ହୋଇଛି। ଏହି ଅବସରରେ କୁଜଙ୍ଗ ସାର୍ବଜନୀନ ଦୁର୍ଗାପୂଜା କମିଟି ପକ୍ଷରୁ କୁଜଙ୍ଗସ୍ଥିତ ଶନି ମନ୍ଦିର ନିକଟ ମହାନଦୀ ଘାଟରେ ବିଧିବଦ୍ଧ ପୂଜାର୍ଚ୍ଚନା ପରେ ପବିତ୍ର ମାଟି ସଂଗ୍ରହ କରାଯାଇଥିଲା।
ବାଜା, ବାଣ ଓ ରୋଷଣୀ ସହ ଶୋଭାଯାତ୍ରାରେ କମିଟିର ସଦସ୍ୟମାନେ ବଜ୍ର ମହାକାଳୀ ମନ୍ଦିରରେ ପହଞ୍ଚିଥିଲେ। ସେଠାରେ ପୂଜକ ହରେକୃଷ୍ଣ ତ୍ରିପାଠୀ ଓ କିଶୋର ତ୍ରିପାଠୀ ବିଧିବଦ୍ଧ ହୋମଯଜ୍ଞ ସମ୍ପନ୍ନ କରି ମାଟିକୁ ଶୁଦ୍ଧପୂତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସଦସ୍ୟ ଭ୍ରମରବର ପରିଡ଼ା, ରାଜୀବ ବସନ୍ତିଆ, ରବୀନ୍ଦ୍ର ଦାସ, ଦିଲ୍ଲୀପ କୁମାର ଦାସ, ଜୀବନାନନ୍ଦ ଅଧିକାରୀ, ବିଚିତ୍ରାନନ୍ଦ ପ୍ରଧାନ, ବିପିନ ମହାରଣା, ଚରଣ ସାହୁ, ତୁଷାରକାନ୍ତ ଦାସ, ପଙ୍କଜ ପରିଡ଼ା, ତୀର୍ଥସାରଥୀ ମହାନ୍ତି, ଅକ୍ଷୟ ବିଶ୍ୱାଳ, ନାରାୟଣ ପରିଡ଼ାଙ୍କ ସମେତ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।