ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ , 05/09/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରୀତା ସାହୁ ) :
*ରାଜ୍ୟସ୍ତରୀୟ ଆଖୁଚାଷୀଙ୍କ ବିଶାଳ ସମାବେଶ*

ରାଜ୍ୟସ୍ତରୀୟ ଆଖୁଚାଷୀ ମହାସଂଘ ଆନୁକୂଲ୍ୟରେ ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ପାଣ୍ଡିଆ ଠାରେ ଏକ ଆଖୁଚାଷୀ ସମିଳନୀ ଅନୁଷ୍ଠିତ ହୋଇ ଯାଇଛି l ବରିଷ୍ଠ ଚାଷୀ ହରିହର ସାହୁଙ୍କ ସଭାପତିତ୍ୱ ରେ ଆୟୋଜିତ ସମାବେଶରେ ରାଜ୍ୟର କୋଣଅନୁକୋଣରୁ ଶତାଧିକ ଚାଷୀ ଯୋଗ ଦେଇ ଥିଲେ l ରାଜ୍ୟ ସରକାର ଆଖୁର ସହାୟକ ମୂଲ୍ୟରେ କୌଣସି ବୃଦ୍ଧି କରୁନାହାନ୍ତି, ଫଳରେ ଚାଷୀ ବ୍ୟାପକ ମାତ୍ରାରେ କ୍ଷତି ସହୁଛନ୍ତି l ବର୍ତମାନ ରାଜ୍ୟରେ ମଜୁରୀ ବୃଦ୍ଧି ସାଙ୍ଗକୁ,ତେଲଦର ବୃଦ୍ଧି ପାଇଥିବାରୁ ହଳକରୁଥିବା ଟ୍ରାକ୍ଟର ଏକରପିଛା ବହୁ ଅଧିକ ଅର୍ଥ ଦେବାକୁ ପଡୁଛି l ଏହା ସହିତ ସାର,କୀଟନାଶକ ମୂଲ୍ୟରେ ଅହେତୁକ ବୃଦ୍ଧି, ଖରାଦିନେ ପାଣିମଡ଼ାଇବା ପାଇଁ ବିଦ୍ୟୁତ ବିଲ ଆଦି ଖର୍ଚକରି ଚାଷୀ ନୟାନ୍ତ ହେଉ ଥିବାବେଳେ ରାଜ୍ୟ ସରକାର ଆଖୁଚାଷୀଙ୍କ ଦୁଃଖ ବୁଝିଲେ ନାହିଁ l ତେଣୁ ଧାନ ଚାଷୀଙ୍କ ପାଇଁ ଯେପରି ସରକାର ପ୍ରୋତ୍ସାହନ ରାଶି ଯୋଗାଇ ଦେଉଛନ୍ତି ସେହିପରି ରାଜ୍ୟରେ ଥିବା ସମସ୍ତ ଆଖୁଚାଷୀଙ୍କ ପାଇଁ ମୂଲ୍ୟ ଧର୍ଯ୍ୟ କରିବାକୁ ମହାସଙ୍ଘ ଦାବି କରିଛନ୍ତି l ଯଦି ସରକାର ଆଖୁଚାଷୀଙ୍କୁ ଅଣଦେଖାକରନ୍ତି ତେବେ ଆଗାମିଦିନରେ ଆନ୍ଦୋଳନ କରାଯିବବୋଲି ଚେତାବନୀ ଦିଆଯାଇଥିଲା l ଏହି ସମାବେଶରେ ସୁବାସ ନାୟକ,ଲିଙ୍ଗରାଜ ମିଶ୍ର,ମିର୍ଜା ଆନୱାର ଉଲ,ସୁବ୍ରତ ପାଣିଗ୍ରାହୀ,ଗୁରୁଚରଣ ବାରିକ,ଜନ୍ମେଜୟ ଜେନା,ଅକ୍ଷୟ ଜେନା,ବିଦ୍ୟାଧର ସାହୁ,ଶରତ କୁମାର ଦାସ,ମୃତ୍ୟଞ୍ଜୟ ବରାଳ,ବୃନ୍ଦାବନ ମଲ୍ଲିକ,ଅମୟ ମିଶ୍ର,ବିଶ୍ୱଭୂଷଣ ନାୟକ,ଅନନ୍ତ ରାଉତ,ବାବାଜୀ ଜେନା,ରୁଦ୍ର ପଣ୍ଡା,ସୁଧୀର ତ୍ରିପାଠୀ,ରବିନାରାୟଣ ପ୍ରଧାନ,ରଶ୍ମି ରଞ୍ଜନ ମହାନ୍ତି,ଗଙ୍ଗାଧର ସେନାପତି,ସୁଶାନ୍ତ ମହାପାତ୍ର,ପବିତ୍ର ଦାସ,ପ୍ରକାଶ ଭୋଳ,ରଶ୍ମିରଂଜନ ସାମଲ,ଶତ୍ରୁଘନ ଜେନା,କୈଳାସ ଦାସ,ରାମଚନ୍ଦ୍ର ବେହେରା,ମନୋରଞ୍ଜନ ମହାନ୍ତି,ସଚିରାଉତରାୟ ,ସୁଶାନ୍ତ ପାତ୍ର,ଚକ୍ରଧର ବେହେରା,ନୃସିଂହ ସାହୁ,କିଶୋର ମିଶ୍ର ଙ୍କ ସମେତ ରାଜ୍ୟର କୋଣ ଅନୁକୋଣରୁ ଶହଶହ ଚାଷୀ ଯୋଗଦେଇଥିଲେ l

