ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମହାବୀର ଆଶ୍ରମ ପରିସରରେ ବିଜେପିର ସାଂଗଠାନିକ ବୈଠକ।

ଏରସମା, 04/03/2025, ଉତ୍କଳ voice news - utkalvoicenews.comଜଗତସିଂହପୁର ଜିଲ୍ଲା ଏରସମା ବ୍ଳକ ଅନ୍ତର୍ଗତ ନୂଆଗାଁ ମହାବୀର ଆଶ୍ରମ ପରିସରରେ ବିଜେପିର ଅବହେଳିତ ପୁରାତନ କର୍ମୀ ଓ ସମର୍ଥକ ମାନଙ୍କୁ ନେଇ ଏକ ସାଙ୍ଗଠନିକ ବୈଠକ ପୂର୍ବତନ ବିଜେପି ଜିଲ୍ଲା ସମ୍ପାଦକ ତଥା ଆଇନଜୀବୀ ଅକ୍ଷୟ କୁମାର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଏରସମା ବ୍ଳକ ୪ନଂ ଯୋନର ବରିଷ୍ଠ ବିଜେପି କର୍ମୀମାନଙ୍କୁ ନେଇ ଆୟୋଜିତ ସାଙ୍ଗଠନିକ ବୈଠକରେ ପୁରୁଣା ବିଜେପି କର୍ମୀମାନଙ୍କୁ କିପରି ଅଣଦେଖା କରିବା ସହିତ ଉପେକ୍ଷା କରାଯାଉଛି।ସେମାନଙ୍କୁ କିପରି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯିବ ଓ ତୃଣମୂଳ ସ୍ତରରୁ ସେମାନଙ୍କୁ ସଙ୍ଗଠିତ କରାଯିବ ସେଥିପ୍ରତି ଯତ୍ନବାନ ହେବାକୁ ଶ୍ରୀ ସ୍ୱାଇଁ କହିଥିଲେ।୪ନଂ ଯୋନ ଅଞ୍ଚଳ ତଥା ଢ଼ିଙ୍କିଆ ଚାରିଦେଶରେ ନିର୍ମାଣଧୀନ ଜିନ୍ଦଲ ପ୍ରକଳ୍ପରେ ଏରସମା ବ୍ଲକ ଲୋକଙ୍କୁ ଅଣଦେଖା କରି ଅନ୍ୟ ରାଜ୍ୟର ଲୋକଙ୍କୁ ସୁବିଧା ସୁଯୋଗ ଦିଆଯାଉଥିବାରୁ ବୈଠକରେ ଉପସ୍ଥିତ କର୍ମୀମାନେ କ୍ଷୋଭ ପ୍ରକାଶ କରିଥିଲେ।ଆଗାମୀ ଦିନରେ ଏକ ୧୮ଜଣିଆ ପ୍ରତିନିଧି ଦଳ ବିଜେପିର ବରିଷ୍ଠ ନେତୃମଣ୍ଡଳୀ ମାନଙ୍କୁ ଭେଟି ଏ ସମ୍ପର୍କରେ ଆପତ୍ତି ଅଭିଯୋଗ କରିବେ ବୋଲି ବୈଠକରେ ମତ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନୂଆଗାଁ ପଞ୍ଚାୟତର କ୍ଷେତ୍ରମୋହନ ସାହୁ ,ନୃସିଂହ ସାହୁ ,ଢ଼ିଙ୍କିଆ ପଞ୍ଚାୟତର ନିତ୍ୟାନନ୍ଦ ସ୍ୱାଇଁ ,ଦିଲିପ ବର୍ଦ୍ଧନ ,ଗଡ଼କୁଜଙ୍ଗ ପଞ୍ଚାୟତର ରଂଜନ ଦାସ,କୁବେର ବେହେରା,ବାଲିତୁଠ ପଞ୍ଚାୟତର ପ୍ରକାଶ ପାଳ,ଅନ୍ଧାରି ପଞ୍ଚାୟତର ସୁଦାମ ପରିଡା ,ଜପା ପଞ୍ଚାୟତର ଦେବେନ୍ଦ୍ର ଦାସ ,କୁଞ୍ଜକୋଠି ପଞ୍ଚାୟତର ଦେବେନ୍ଦ୍ର ସ୍ବାଇଁ ପ୍ରମୁଖଙ୍କ ସମେତ ଶତାଧିକ ବିଜେପି କର୍ମୀ ମାନେ ଉକ୍ତ ବୈଠକରେ ଉପସ୍ଥିତ ଥିଲେ।
Article Image
1