ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପ୍ରଫୁଲ୍ଲ ପାଠାଗାର ରେ ଗୁରୁଦିବସ ଓ ସମ୍ବର୍ଦ୍ଧନା ଉତ୍ସବ। ଜଗତସିଂହପୁର

ଜଗତସିଂହପୁର, 05/09/2026, ଉତ୍କଳ voice news - utkalvoicenews.com(ଜଗତସିଂହପୁର ରୁ ରୀତା ସାହୁ) :
Article Image
ତା ୦୫/୦୯/୨୬ ଗୁରୁ ଶିଷ୍ୟ ପବିତ୍ର ସମ୍ପର୍କର ଦିନଟିଏ ହେଉଛି ଗୁରୁଦିବସ.ଭାରତର ଦ୍ୱିତୀୟ ରାଷ୍ଟ୍ରପତି ,ଦାର୍ଶନିକ ତଥା ବିଶିଷ୍ଟ ଶିକ୍ଷା ଗୁରୁ ଡ଼ ସର୍ବପଲ୍ଲୀ ରାଧା କ୍ରିଷ୍ଣନ ଙ୍କ୧୩୮ ତମ ଜୟନ୍ତୀ ଅବସରରେ ପ୍ରଫୁଲ୍ଲ ପାଠାଗାର ରେ ଏକ ସମ୍ବର୍ଦ୍ଧନା ଉତ୍ସଵ ଅନୁଷ୍ଠିତ ହୋଇଯାଇଛି.ଏଥିରେ ଲବ୍ଧ ପ୍ରତିଷ୍ଠିତ ସୁସାହିତ୍ୟିକା ଓ ଆଦର୍ଶ ଶିକ୍ଷୟିତ୍ରୀ ପିତାମ୍ବରୀ ଦାଶ ଙ୍କୁ ମୁଖ୍ୟ ଅତିଥି ଓ କର୍ମକର୍ତ୍ତା ମାନଙ୍କ ଦ୍ୱାରା ଉତ୍ତରୀୟ,ପୁଷ୍ପ ଗୁଛ ଏବଂ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା. ଏହି ଉତ୍ସବ ରେ ସଭାପତି ରବିନ୍ଦ୍ର ନାଥ ତ୍ରିପାଠୀ ଅଧକ୍ଷତା କରିଥିଲା ବେଳେ ବିଜୟ କୁମାର ପତି ଅତିଥି ପରିଚୟ ପ୍ରଦାନ କରିଥିଲେ. ମୁଖ୍ୟ ଅତିଥି ବରିଷ୍ଠ ଅବସର ପ୍ରାପ୍ତ ପ୍ରାଧ୍ୟାପକ ବିଜୟ କୁମାର ବିଶ୍ୱାଳ ଯୋଗଦେଇ ଗୁରୁ ଶିଷ୍ୟ ର ମହାନ ପରମ୍ପରା ଉପରେ ଆଲୋକପାତ କରିଥିଲେ..ସମ୍ବର୍ଦ୍ଧିତ ପ୍ରତିଭା ତାଙ୍କ ବକ୍ତବ୍ୟ ରେ ପିତା ଓ ଗୁରୁଙ୍କୁ ତୁଳନା କରି ଅଭିମତ ରଖିଥିଲେ. ବରିଷ୍ଠ ଶିକ୍ଷାବିତ ବଂଶୀଧର ଆଚାର୍ଯ୍ୟ ଆଜି ଦିନର ଉଧେଶ୍ୟ ଓ ରାଧା କ୍ରିଷ୍ଣନ ଙ୍କ ଜୀବନଆଦର୍ଶ ଉପରେ ମତ ରଖିଥିଲେ. ଏହି କାର୍ଯ୍ୟକ୍ରମ ରେ ବିଭୁତି ଭୂଷଣ ଲେଙ୍କା,ରାମଚନ୍ଦ୍ର ଆଚାର୍ଯ୍ୟ,ସତ୍ୟବାଦୀ ଦାସ,,ଅଧିବକ୍ତା ଶିବପ୍ରସାଦ ମାଝୀ,ସଞ୍ଜୟ ସାମନ୍ତସିଂହାର.ପ୍ରତାପ ରାଉତରାୟ ଆଦି ଉପସ୍ଥିତ ଥିଲେ.ନିକଟ ବୀଣାପାଣି ଉଚ୍ଚ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ.ଶେଷରେ ସମ୍ପାଦକ ସୁରେନ୍ଦ୍ର ରାୟ ଧନ୍ୟବାଦ ଅର୍ପଣ କରିଥିଲେ
20