ତିର୍ତ୍ତୋଲ, 05/09/2026, ଉତ୍କଳ voice news - utkalvoicenews.com(ତିର୍ତ୍ତୋଲ ରୁ ଜଗନ୍ନାଥ ପ୍ରସାଦ ସାହୁ ଙ୍କ ରିପୋର୍ଟ୍) :

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗରାମ ପଞ୍ଚାୟତ ରଙ୍କେଇ ଗ୍ରାମର ଯୁବ ସମାଜସେବୀ ତଥା ସୁ ସଂଗଠକ ପ୍ରଶାନ୍ତ କୁମାର ବାରିକ ଙ୍କୁ ଭାରତୀୟ ଜନତା ଯୁବମୋର୍ଚ୍ଚା ପକ୍ଷରୁ ଜଗନ୍ନାଥପୁର ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ଭାବେ ନିଯୁକ୍ତି ଦିଆଯାଇଛି।ଗତ କିଛିଦିନ ତଳେ ଏହି ଘୋଷଣା କରାଯାଇଥିବା ବେଳେ ପ୍ରଶାନ୍ତ ଛୁଟୁଛି ଶୁଭେଚ୍ଛା। ପୂର୍ବରୁ ଭାରତୀୟ ଜନତା ପାର୍ଟି ର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସହିତ ଏହାର ପ୍ରଚାର ପ୍ରସାର କରି ସଂଗଠନ ମଜବୁତ କରିବାରେ ପ୍ରଶାନ୍ତ ଙ୍କ ଭୁମିକା ରହିଥିଲା। ସେଥିପାଇଁ ଦଳ ତାଙ୍କ ଉପରେ ଭରଷା ରଖି ଏହି ପଦପି ତାଙ୍କୁ ପ୍ରଦାନ କରିଛି। ଆଗାମୀ ଦିନରେ ସେ ଜଗନ୍ନାଥପୁର ମଣ୍ଡଳ ର କର୍ମୀ ମାନଙ୍କୁ ଏକାଠି କରି ସଂଗଠନ କୁ ମଜବୁତ କରିବା ସହିତ ଯୁବ ଭୋଟର ମାନଙ୍କୁ ଭାରତୀୟ ଜନତା ପାର୍ଟି ର କାର୍ଯ୍ୟ ଦକ୍ଷତା ସମ୍ପର୍କରେ ଅବଗତ କରାଇବେ।ଯୁବ ଭୋଟର ମାନଙ୍କୁ ଭାରତୀୟ ଜନତା ପାର୍ଟି ରେ ସାମିଲ କରିବା ସହିତ ସଂଗଠନକୁ ଆଗେଇ ନେବାକୁ ଲକ୍ଷ୍ୟ ରଖିଛନ୍ତି। ମଣ୍ଡଳ ସହିତ ବିଭିନ୍ନ ପଞ୍ଚାୟତ ଓ ଗାଁ ର ବିକାଶ କରିବା ପାଇଁ ସେ ମନ ବଳାଇଛନ୍ତି। ଏହି ପଦବୀ ପାଇବାରେ ସେ ଜିଲ୍ଲା ସଭାପତି ପ୍ରତାପ ମିଶ୍ର ଓ ଯୁବମୋର୍ଚ୍ଚା ସଭାପତି ବିଶ୍ବଜିତ ଦାସ ଙ୍କୁ କୃତଜ୍ଞତା ଜଣାଇଛନ୍ତି।