ଏରସମା, 05/09/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :

ତା - ୦୫/୦୯/୨୬ ଏରସମା ବ୍ଲକ୍ ଅନ୍ତର୍ଗତ ବାମଦେଇପୁର ପଞ୍ଚାୟତ ଅନ୍ତର୍ଗତ ଦମକା ଓ ବାମଦେଇପୂର ଗ୍ରାମରେ ପ୍ରଥମ ଓଡ଼ିଶା ତରଫରୁ ଗୁରୁଦିବସ ମହା ସମା ରୋହରେ ପାଳନ କରାଯାଇଛି।ଏଥିରେ CRCC ମେନକା ମଞ୍ଜରୀ ସ୍ୱାଇଁ,ଦାମକା ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଝରଣା ଦିଦି,ସହକାରୀ ଶିକ୍ଷୟତ୍ରୀ ରିଙ୍କି ଦିଦି ଏବଂ ଗ୍ରାମର ଅଭିଭାବକ ମାନେ। ସେହି ପରି ବମଦେଇପୁର ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ରାଉତ,ସହକାରୀ ଶିକ୍ଷୟତ୍ରୀ ସ୍ୱର୍ଣାଲତ ନାୟକ,ଅବସର ପ୍ରାପ୍ତ ଶିକ୍ଷୟତ୍ରୀ ଜୟନ୍ତୀ ଭୋଳଯୋଗ ଅଙ୍ଗନୱାଡ଼ି କଳ୍ପନା ମହାନ୍ତି ଦିଦି,ବିଦ୍ୟାଳୟର ସଭାପତି ମଞ୍ଜୁଲତା ମହାପାତ୍ର ଗ୍ରାମର ଅଭିଭାବକ ଏବଂ ସ୍ବେଚ୍ଛାସେବୀ ଗ୍ରାମର ପିଲାମାନେ ଯୋଗଦେଇଥିଲେ।ପିଲାମାନଙ୍କ ଦ୍ଵାରା କିଛି ପ୍ରତିଯୋଗିତା କାର୍ଯ୍ୟକ୍ରମ କରା ଯାଇଥିଲା। ଯଥା - ଡ୍ରଇଂ,ଭାଷଣ,ଶିକ୍ଷକଙ୍କ ଭୂମିକାରେ ଅଭିନୟ, ମାଗାଜିନ୍, ଥ୍ୟାଙ୍କୁ ବାର୍ତ୍ତା,ଶିକ୍ଷକଙ୍କୁ କିଛି ପ୍ରଶ୍ନ ପଚାରିଥିଲେ,କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ଙ୍କୁ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା।ଏଥିରେ ଜିଲ୍ଲା ସଂଯୋଜକ କୁମୁଦ ରଞ୍ଜନ ମହାନ୍ତି ସଭା କାର୍ଯ୍ୟକୁ ପରିଚାଳନା କରୁଥିବା ବେଳେ , ହେମନ୍ତ କୁମାର ପ୍ରଧାନ ,ସୌଦାମିନୀ ସାହୁ,ଅନିତା ବେହେରା, ଶାକୁଲି କଳାପାହାଡ଼ ସହଯୋଗ କରିଥିଲେ।ସର୍ବଶେଷରେ ସମସ୍ତଙ୍କୁ ଧନ୍ୟବାଦ୍ ଜଣାଇ ସଭାସଂଗ କରାଯାଇଥିଲା।