କଟକ ଜିଲ୍ଲା / ସାଲେପୁର ବ୍ଲକ ଅନ୍ତର୍ଗତ ଶିଶୁଆ, 05/09/2026, ଉତ୍କଳ voice news - utkalvoicenews.com(ଓମ ଦାସଙ୍କ ରିପୋର୍ଟ) :
_1788621924.jpg)
୫ ସେପ୍ଟେମ୍ବର : କଟକ ଜିଲ୍ଲାର ସାଲେପୁର ବ୍ଲକ ଅନ୍ତର୍ଗତ ଶିଶୁଆସ୍ଥିତ ସାବିତ୍ରୀ ଦେବୀ +୨ ଓ +୩ ମହାବିଦ୍ୟାଳୟରେ ଶନିବାର ପବିତ୍ର ଗୁରୁ ଦିବସ ଆଡମ୍ବରପୂର୍ଣ୍ଣ ଭାବେ ପାଳିତ ହୋଇଯାଇଛି। ଏହି ଅବସରରେ ଭାରvତର ପୂର୍ବତନ ରାଷ୍ଟ୍ରପତି ତଥା ବିଶିଷ୍ଟ ଦାର୍ଶନିକ ଡଃ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମଜୟନ୍ତୀକୁ ସ୍ମରଣ କରାଯାଇଥିଲା। ଭାରତୀୟ ସଂସ୍କୃତି, ଗୁରୁ-ଶିଷ୍ୟ ପରମ୍ପରା ଏବଂ ସାମାଜିକ ମୂଲ୍ୟବୋଧର ସୁରକ୍ଷା ପାଇଁ ଏକତା ଓ ସଚେତନତାର ବାର୍ତ୍ତା ଦିଆଯାଇଥିଲା।କାର୍ଯ୍ୟକ୍ରମରେ +୨ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଦେବେନ୍ଦ୍ର ନାଥ ପତି, +୩ ମହାବିଦ୍ୟାଳୟର ଅଧ୍ୟକ୍ଷ ସଞ୍ଜୟ କୁମାର ଖୁଣ୍ଟିଆ, ନର୍ସିଂ କଲେଜର ଅଧ୍ୟକ୍ଷା ଧରିତ୍ରୀ ବିଶୋଇଙ୍କ ସହ ଶିକ୍ଷକ-ଶିକ୍ଷୟିତ୍ରୀ ସିଦ୍ଧାର୍ଥ କୁମାର ଆଚାର୍ଯ୍ୟ, ଅମୟ ରଞ୍ଜନ ଦାସ, କ୍ଷମାମୟୀ କର, ଗୁରୁଶଙ୍କର ଉଦୟଘଟ, ସସ୍ମିତା ପଣ୍ଡା, ନିବେଦିତା ସାହୁ, ଦିବ୍ୟଦର୍ଶିନୀ ବରାଳ, କଳ୍ପନା ସେଠୀ ଓ ମାଳିକା ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଉତ୍ସାହର ସହ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଗୁରୁଜନଙ୍କ ପ୍ରତି ସମ୍ମାନ ଜଣାଇଥିଲେ। ଶେଷରେ +୨ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଦେବେନ୍ଦ୍ର ନାଥ ପତି ଧନ୍ୟବାଦ ଅର୍ପଣ କରି ସଭାର ସମାପନ ଘୋଷଣା କରିଥିଲେ।