ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବୁଗୁଡ଼ାର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗୁରୁ ଦିବସ ପାଳିତ

ବୁଗୁଡ଼ା, 05/09/2026, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ):
Article Image
ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସହର ଓ ଏହାର ଆଖପାଖ ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନରେ ମହାନ୍ ଦାର୍ଶନିକ, ପୂର୍ବତନ ରାଷ୍ଟ୍ରପତି ଡଃ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜୟନ୍ତୀ ତଥା ଗୁରୁ ଦିବସ ପାଳିତ ହୋଇଯାଇଛି।ସ୍ଥାନୀୟ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ନିୟୁ ଏରା ପବ୍ଲିକ୍ ସ୍କୁଲ, ସାଇ ସରସ୍ବତୀ ଶିଶୁ ମନ୍ଦିର, ବିରଞ୍ଚି ନାରାୟଣ ପବ୍ଲିକ୍ ସ୍କୁଲ, ଶୋଭନୀୟ ପବ୍ଲିକ୍ ସ୍କୁଲ୍, ପିପୁଲ୍ସ ହାଇସ୍କୁଲ, ଶ୍ରୀ ବିରଞ୍ଚି ନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ବୁଦ୍ଧଗିରି ବିଦ୍ୟାପୀଠରେ ଗୁରୁ ଦିବସ ପାଳିତ ହୋଇଯାଇଛି। ଏଥିସହ ସ୍ଥାନୀୟ ପିପୁଲ୍ସ କଲେଜର ବିଭିନ୍ନ ବିଭାଗରେ ପୃଥକ୍ ପୃଥକ୍ ଭାବେ ଗୁରୁ ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି। ସମସ୍ତ ଅନୁଷ୍ଠାନରେ ଶିକ୍ଷକ ଓ ଅଧ୍ୟାପକବୃନ୍ଦ ଛାତ୍ରଛାତ୍ରୀଙ୍କୁ ନିଷ୍ଠାବାନ୍ ଓ ଆଦର୍ଶ ନାଗରିକ ହେବାକୁ ପରାମର୍ଶ ଦେଇଥିଲେ।
Article Image
21