ତିର୍ତ୍ତୋଲ, 05/09/2026, ଉତ୍କଳ voice news - utkalvoicenews.com( ତିର୍ତ୍ତୋଲ ରୁ ଜଗନ୍ନାଥ ପ୍ରସାଦ ସାହୁ ଙ୍କ ରିପୋର୍ଟ୍ ) :

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ଦକ୍ଷତା ବିକାଶ କେନ୍ଦ୍ରରେ ଓଡ଼ିଶା ସ୍କିଲ୍ ଡେଭଲପମେଣ୍ଟ ଅଥରିଟି ଦ୍ବାରା ଅନୁବନ୍ଧିତ ଓ କିଉଭାନ ସ୍କିଲ୍ ଏମ୍ପପାଓରମେଣ୍ଟ ପ୍ରାଇଭେଟ୍ ଲିମିଟେଡ ଦ୍ବାରା ପରିଚାଳିତ ଦକ୍ଷତା ବିକାଶ କେନ୍ଦ୍ରରେ ଗୁରୁ ଦିବସ ପାଳିତ ହୋଇଯାଇଅଛି। ପ୍ରଥମେ ଡ଼ଃ ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ଫଟୋଚିତ୍ର ରେ ମାଲ୍ୟାର୍ପଣ ଓ ଦୀପ ପ୍ରଜ୍ବଳିତ କରାଯାଇଥିଲା। ଏହାପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ସଭାରେ ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅତିଥିମାନେ ଡଃ ସର୍ବପଲ୍ଲୀ ରାଧାକୃଷ୍ଣନ ଙ୍କ ନୀତି ଆଦର୍ଶ ସହିତ ଗୁରୁଦିବସ ସମ୍ପର୍କରେ ଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ। ଉପସ୍ଥିତ ଛାତ୍ରୀମାନେ ଗୁରୁ ପୂଜନ ପରମ୍ପରା କରିବା ସହିତ ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅତିଥିମାନଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ। ଗୁରୁ ଦିବସ ସମ୍ପର୍କରେ ଛାତ୍ରୀମାନେ ନିଜେ ନିଜର ମତ ମଧ୍ୟ ପ୍ରକାଶ କରିଥିଲେ। ଏହି ସଭାରେ ମୁଖ୍ୟ ଅତିଥି ଭାବେ ଜଗନ୍ନାଥପୁର ପଞ୍ଚାୟତ ର ସରପଞ୍ଚ ସୁଶାନ୍ତ କୁମାର ନାୟକ ଯୋଗଦେଇଥିବା ବେଳେ ଶିକ୍ଷକ ପ୍ରଦିପ୍ତ କୁମାର ଲେଙ୍କା,ଆଇ ଟି ଆଇ ମୁଖ୍ୟ ପରିଚାଳକ ସୁଭାସୁଂ ଶେଖର ପଶାୟତ,ସହ ପରିଚାଳକ ଚନ୍ଦନ ସାହୁ,ଟ୍ରେନର ଶିକ୍ଷୟିତ୍ରୀ ଦିସପିତା ସାହାଣୀ,ଶଶୀରେଖା ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ଆଇ ଟି ଆଇ ର ସମସ୍ତ ଛାତ୍ରୀମାନେ ଉପସ୍ଥିତ ଥିଲେ।ସଭା ପରିଶେଷରେ ସାମ୍ବାଦିକ ପ୍ରଭାତ କୁମାର ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ।
