ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଗୁରୁ ପୂଜନ ଉତ୍ସବ ପାଳିତ ହୋଇଯାଇଛି

ଯାଜପୁର, 06/09/2026, ଉତ୍କଳ voice news - utkalvoicenews.com (ଉମାକାନ୍ତ ବେହେରା ଙ୍କ ରିପୋର୍ଟ) :
Article Image
ତା - ୬/୦୯/୨୦୨୬ : ବଡ଼ଚଣା ବ୍ଲକ ଅନ୍ତର୍ଗତ ଜାହ୍ନଗିରି ସରକାରୀ ଉଚ୍ଚ ବିଦ୍ୟାଳୟ ର ଗୁରୁ ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି, ସର୍ବ ପ୍ରଥମେ ସର୍ବପଲ୍ଲୀ ରାଧାକୃଷ୍ଣନ ଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ ଏବଂ ପ୍ରଦ୍ଵୀପ ପ୍ରଜ୍ଜଳନ କରି ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା,ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀ ମତୀ ଶ୍ରଦ୍ଧାଞ୍ଜଳି ଦାଶ ଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା, ଏହି ଉତ୍ସବ ରେ ବିଦ୍ୟାଳୟ ରୁ ଅବସରପ୍ରାପ୍ତ ଶିକ୍ଷକ ମାନଙ୍କୁ ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ପୂଜନ କରାଯାଇ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା, ଶ୍ରୀ ଯୁକ୍ତ ଚିନ୍ମୟ ଧଳ ଅତିଥି ପରିଚୟ ପ୍ରଦାନ କରିଥିଲେ, ଏହି ଉତ୍ସବ ରେ ଅତିଥି ଭାବେ ଯୋଗ ଦେଇଥିଲେ ଅଶୋକ କୁମାର ରାଉତ ରାଏ, ଅନାଦି ଚରଣ ନାୟକ, ଦୁଃଶାସନ ସ୍ବାଇଁ, ତ୍ରିଲୋଚନ ସାହୁ,ସୁ୍ରେନ୍ଦ୍ର ରାଉତରାୟ,ସୁବନ ରାଉତ ଏବଂ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷିକା ଉତ୍କଳ କେଶରୀ ସେଠୀ,ରୀତାମଣୀ ବେହେରା,ଲିଙ୍କି ମହାପାତ୍ର, ଦେବବ୍ରତ ସାମଲ,ପବିନ୍ କୁମାର ଜେନା, ଅଞ୍ଜଳି ସାହୁ,ଗାଗରିନ଼ ଜେନା, କାଦମ୍ବିନୀ ଦାସ୍, ଏବଂ ଦେବେନ୍ଦ୍ର ନାଥ ଖୁଣ୍ଟିଆ,ସରୋଜ କୁମାର ପଣ୍ଡା, ସଭା ପରିଚାଳନା କରିଥିଲେ ଶିକ୍ଷକ ଶ୍ରୀ ଯୁକ୍ତ ପ୍ରକାଶ କୁମାର ବେହେରା, ସହଯୋଗ କରିଥିଲେ ପ୍ରୀତି ରଞ୍ଜନ ହୋତା
20